ଆଜିଠୁ ପଶ୍ଚିମ ଓଡ଼ିଶାକୁ ତିନି ଦିନ ଯାଏ ହିଟ୍ୱେଭ୍ ଆଲର୍ଟ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜିଠୁ ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ଦିନର ତାପମାତ୍ରା । ତିନି ଦିନ ଯାଏ ନିସ୍ତାର ନାହିଁ । ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାକୁ ହିଟ୍ୱେଭ୍ ଆଲର୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଜି ପାଇଁ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗର ଓ ସମ୍ବଲପୁର ଜିଲ୍ଲାକୁ ଜାରି ହୋଇଛି ଗ୍ରୀଷ୍ମ ପ୍ରବାହ ସତର୍କତା । ୯ ତାରିଖରେ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର ଓ ନୂଆପଡ଼ା ଏବଂ ୧୦ରେ ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ହିଟେଓ୍ଵଭ୍ ଓ୍ଵାର୍ଣ୍ଣିଂ ଦିଆଯାଇଛି ।