ଆସନ୍ତାକାଲି ଭବାନୀପାଟଣା କୃଷି ମହାବିଦ୍ୟାଳୟ ଠାରେ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ। ଜିଲ୍ଲାର ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ଭବାନୀପାଟଣା କୃଷି ମହାବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
ନବୀନଙ୍କ ଗସ୍ତ ପାଇଁ କଳାହାଣ୍ଡିରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସଂପନ୍ନ କରିବାକୁ ତୟାର ସରକାରୀ କଳ। ଏହା ପୂର୍ବରୁ ଆଜି ଜୁନାଗଡ଼ ଆରଏମସି ସାପ୍ତାହିକ ବଜାର ନିକଟରେ ବିଜେଡିର ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଦଳର ବହୁ ନେତା ବିଜେଡିରେ ଯୋଗ ଦେବେ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସଭାସ୍ଥଳରେ ବାୟୋବଲ୍‌ ସୃଷ୍ଟି କରାଯାଇଛି। ଏଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a comment