କିଛି କିଛି ସମୟରେ କାନ୍ଦିଲେ ଶରୀର କୁ ମିଳିଥାଏ ଏହି ଲାଭ

0

ମଣିଷ ଯେତେବେଳେ ନିଜ ମନରେ ଅଧିକ କଷ୍ଟ ଓ ଯନ୍ତ୍ରଣା ଅନୁଭବ କରିଥାଏ କାନ୍ଦିଥାଏ । କାନ୍ଦିବାକୁ ଆମ ସମାଜରେ ଦୁର୍ବଳତା ବୋଲି ଗ୍ରହଣ କରାଯାଇ ଥାଏ । କାନ୍ଦ ମନର ଭାବନାକୁ ପ୍ରକାଶ କରିଥାଏ । ଯେଉଁ ଲୋକମାନେ ଅଧିକ ଭାବୁକ ହୋଇ ଥାଆନ୍ତି ସେମାନଙ୍କ ମନ ସମ୍ପୂର୍ଣ୍ଣ ସଫା ହୋଇଥାଏ । ଗବେଷକଙ୍କ ମତରେ ବେଳେବେଳେ କାନ୍ଦିବା ଶରୀର ପକ୍ଷରେ ହିତକର ଅଟେ ।

୧) ମାନସିକ ଚାପ ଦୁର ହୋଇଥାଏ – ଯେତେବେଳେ ବ୍ୟକ୍ତି ନିଜର ମନର ଭାବନା ଓ କଷ୍ଟକୁ କାହାରି ଆଗରେ ପ୍ରକାଶ କରି ପାରି ନଥାଏ ସେତେବେଳେ ସେ କାନ୍ଦିବାର ସାହାରା ନେଇଥାଏ । ଗବେଷକ ଙ୍କ ମତରେ କାନ୍ଦିବା ଦ୍ଵାରା ମନ ହାଲୁକା ହେବା ସହିତ ମାନସିକ ଚାପ ଠାରୁ ବ୍ୟକ୍ତି ଦୂରେଇ ରହିଥାଏ ।

୨) ମନ ହାଲୁକା ଲାଗିଥାଏ – ପୁରୁଷ ମାନଙ୍କ କ୍ଷେତ୍ରରେ କାନ୍ଦିବା ଲଜ୍ଜା ଜନକ ଅଟେ ତେଣୁ ପୁରୁଷମାନେ ମହିଳା ମାନଙ୍କ ଅପେକ୍ଷା ଅଧିକ ମାନସିକ ଚାପରେ ରହି ଥାଆନ୍ତି । ଗବେଷକ ଙ୍କ ମତରେ କାନ୍ଦିବା ଦ୍ଵାରା ଭବନତ୍ମକ ବୋଝ ହାଲୁକା ହୋଇଥାଏ ।

ମସ୍ତିଷ୍କ ହାଲୁକା ହେବା ସହ ମନ ମଧ୍ୟ ଶାନ୍ତ ରହିଥାଏ ।

୩) ନୂତନ ଶକ୍ତି ଜାଗ୍ରତ ହୋଇଥାଏ – ବିଶେଷଜ୍ଞ ଙ୍କ ମତରେ କିଛି ସମୟ ପାଇଁ କାନ୍ଦି ପକାଇଲେ ଓ ତାପରେ ଶୋଇ ପଡିବା ଦ୍ଵାରା ମନରେ ନୂତନ ଶକ୍ତି ଜାଗ୍ରତ ହୋଇଥାଏ । ମନ ହାଲୁକା ଲାଗି କାମ କରିବାରେ ଆଶା ଜାଗ୍ରତ ହୋଇଥାଏ ।

୪) ଆଖି ସଫା ରହିଥାଏ – ବିଶେଷଜ୍ଞ ଙ୍କ ମତରେ କାନ୍ଦିବା ଦ୍ଵାରା ମନ ହାଲୁକା ହେବା ସହିତ ଚକ୍ଷୁ ମଧ୍ୟ ସଫା ହୋଇଥାଏ । କାନ୍ଦିବା ଦ୍ଵାରା ଚକ୍ଷୁ ର ମସଲ୍ସ ଗୁଡ଼ିକ ଆକ୍ଟିଭ ହୋଇଥାଏ ଓ ଚକ୍ଷୁ ସଫା ରହିଥାଏ ।

Leave a comment