ଆପଣଙ୍କ ପାଦରେ ଅଛି କି ଏମିତି ଆଙ୍ଗୁଠି ? ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା
ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ପାଦର ଲମ୍ବା ଆଙ୍ଗୁଠି ର ରହସ୍ୟ ସମ୍ବନ୍ଧରେ । ଅଧିକାଂଶ ଲୋକଙ୍କ ପାଦର ଆଙ୍ଗୁଠି ସମାନ ହୋଇଥାଏ । ମାତ୍ର ଅନେକ ଲୋକ ଏଭଳି ଅଛନ୍ତି ଯାହାଙ୍କ ପାଦର ଆଙ୍ଗୁଠି ଅସମାନ ହୋଇଥାଏ । କେବେ ପାଦର ବୁଢା ଆଙ୍ଗୁଠି ବାକି ଆଙ୍ଗୁଠି ମାନଙ୍କ ଠାରୁ ବଡ ତ ଆଉ କେତେବେଳେ ବାକି ଆଙ୍ଗୁଠି ବୁଢା ଆଙ୍ଗୁଠି ଠାରୁ ବଡ ହୋଇଥାଏ । ଏହି ଆଙ୍ଗୁଠି ମାନଙ୍କର ଛୋଟ ତଥା ବଡ ହେବାର କିଛି ଅଲଗା ମହତ୍ଵ ରହିଥାଏ । ଶାସ୍ତ୍ର ଅନୁଯାୟୀ ଏଭଳି କୁହାଯାଇଅଛି ଯେ ଆପଣଙ୍କ ଶରୀରର ଅଙ୍ଗ ବହୁତ କିଛି ସୂଚନା ଦେଇଥାଏ । ଆପଣ ବ୍ୟକ୍ତି ମାନଙ୍କର ଅଙ୍ଗ କୁ ଦେଖିବା ପରେ ବ୍ୟକ୍ତି ମାନଙ୍କର ସ୍ଵଭାବ ସମ୍ବନ୍ଧରେ କହିପାରିବେ । ଏହି ବିଧିକୁ ସାମୁଦ୍ରିକ ଶାସ୍ତ୍ର ର ବିଧି ବୋଲି କୁହାଯାଇଥାଏ । ସାମୁଦ୍ରିକ ବିଦ୍ୟା ର ଅଧ୍ୟୟନ କରିବା ଦ୍ଵାରା କୌଣସି ବ୍ୟକ୍ତି ଅନ୍ୟ ବ୍ୟକ୍ତି ର ଶରୀରର ଅଙ୍ଗ ସହିତ ତାହାର ଜୀବନ ସହିତ ଜଡିତ ହୋଇ ରହିଥିବା ରହସ୍ୟ ସମ୍ବନ୍ଧରେ ଭଲ ଭାବରେ କହିପାରିଥାନ୍ତି ।
ଏହା ସହିତ ସେହି ବ୍ୟକ୍ତି ର ବ୍ୟବହାର, ଆଚାର ବିଚାର ଏବଂ କାର୍ଯ୍ୟ କ୍ଷେତ୍ର ସମ୍ବନ୍ଧରେ ବହୁତ ସହଜରେ ପତା ଲଗାଯାଇପାରେ । ଯେଉଁ ଲୋକଙ୍କ ପାଦର ବୁଢା ଆଙ୍ଗୁଠିର ସାଇଡ ରେ ଥିବା ଆଙ୍ଗୁଳି ହୋଇଥାଏ ଅତ୍ୟଧିକ ଲମ୍ବା ଏବଂ ଅନ୍ୟ ଆଙ୍ଗୁଳି ଛୋଟ ରହିଥାଏ ତେବେ ସେହି ମନୁଷ୍ୟ ଊର୍ଜାବାନ ହୋଇଥାନ୍ତି । ଏହିଭଳି ମନୁଷ୍ୟ ସାଧାରଣ ଭାବରେ କ୍ରେଜି ସ୍ଵଭାବର ହୋଇଥାନ୍ତି । ଏମାନେ କିଛି କରି ଦେଖାଇବାର ସାହାସ ରଖିଥାନ୍ତି । ଏହିଭଳି ଲୋକ କୌଣସି ମଧ୍ୟ କାର୍ଯ୍ୟ କୁ କରିବା ନିମନ୍ତେ ନିଜ ମଧ୍ୟରେ ସଂପୂର୍ଣ୍ଣ ଏନର୍ଜି ଦେଖେଇଥାନ୍ତି । ପାଦର ବୁଢା ଆଙ୍ଗୁଠିର ସାଇଡ ରେ ଥିବା ବଡ ଆଙ୍ଗୁଠି ଲୋକ ମାନେ ସର୍ବଦା ଖୁସି ରହିବାର ପ୍ରୟାସ କରିଥାନ୍ତି ।
ଏହା ବ୍ୟତୀତ ଯାହାର ବୁଢା ଆଙ୍ଗୁଠିର ପାଖରେ ଥିବା ଆଙ୍ଗୁଠି ବଡ ହୋଇଥାଏ, ସେମାନେ ମସ୍ତିଷ୍କ ରୁ ବହୁତ ସତେଜ ତଥା ସୁସ୍ଥ ହୋଇଥାନ୍ତି । ମାତ୍ର ଏହିଭଳି ଲୋକ ଶାରୀରିକ ରୂପରେ କମଜୋର ହୋଇ ପାରନ୍ତି । ଏହିଭଳି ଲୋକ ସମସ୍ତ କାର୍ଯ୍ୟ କୁ ଭାବିଛିନ୍ତି କରିଥାନ୍ତି । ଯଦି ଆପଣଙ୍କ ପାଦର ବୁଢା ଆଙ୍ଗୁଠି ସହିତ ଲାଗି ରହିଥିବା ଆଙ୍ଗୁଠି ଦୁଇଟି ସମାନ ରହିଥାନ୍ତି ତେବେ ଏହାର ଅର୍ଥ ହେଉଅଛି ସେମାନେ ସମାଜରେ ନିଜ ପରିଶ୍ରମ ନିମନ୍ତେ ପରିଚିତ ହୋଇଥାନ୍ତି । ଏହିଭଳି ଲୋକ ବହୁତ ଭଲ ହୋଇଥାନ୍ତି । ଅନ୍ୟ ସହିତ ଝଗଡା ତଥା କଳି ଠାରୁ ଦୂରେଇ ରହିଥାନ୍ତି । ଯେଉଁ ବ୍ୟକ୍ତି ର ଆଙ୍ଗୁଠି ବୁଢା ଆଙ୍ଗୁଠି ଠାରୁ କ୍ରମଶ ତଳ କ୍ରମ ଅନୁଯାୟୀ ରହିଥାଏ, ସେମାନେ ସର୍ବଦା ନିଜର ଶ୍ରେଷ୍ଠତା ସାବ୍ୟସ୍ଥ କରିଥାନ୍ତି । ସାଧାରଣତ ସେମାନେ ସର୍ବଦା ନିଜ ଅଧିକାରର କଥା କହିଥାନ୍ତି ।