ଖରାଦିନେ ଖାଆନ୍ତୁ ଲିମ୍ବ କଢ଼,ପାଇବେ ଅଦ୍ଭୂତ ଲାଭ

0

ଗରମ ଦିନ ଆସିଲା ମାତ୍ରକେ ଆମେ ଦେଖିଥାଉ ଚାରିଆଡେ ଲିମ୍ବ ଫୁଲ ର ମହକରେ ମହକି ଉଠିଥାଏ l ଲିମ୍ବ ଗୋଟିଏ ଏପରି ବୃକ୍ଷ ଯାହାର ମଞ୍ଜି, ଫୁଲ, ପତ୍ର ସବୁକିଛି କାମରେ ଲାଗିଥାଏ l ଭାରତୀୟ ଆୟୁର୍ବେଦ ଅନୁସାରେ ଲିମ୍ବ ଦ୍ୱାରା କାଶ, ଜ୍ୱର, ଭୋକ ନଲାଗିବା, ବିଭିନ୍ନ ଚର୍ମ ଜନିତ ସଂକ୍ରମଣ , କଫ, ବାନ୍ତି, ମଧୁମେହ ଇତ୍ୟାଦି ରୋଗ ପାଇଁ ଲିମ୍ବର ଉପଯୋଗ ହୋଇଥାଏ l

ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଲିମ୍ବ ବିଶେଷ ଭାବରେ ଆମେ ଯଦି ପ୍ରତିଦିନ କିଛି ମାତ୍ରାରେ ଲିମ୍ବ ଫୁଲ କୁ ନିଜ ଆହାର ରେ ସାମିଲ କରିବା ତେବେ ଏହା ଆମ ଶରୀରକୁ ଅନେକ ଲାଭ ଦେବ l ତେଣୁ ଲିମ୍ବ କଢ ନିଜ ଭୋଜନରେ ନିହାତି ସାମିଲ କରିବା ଉଚିତ l

* ଆପଣ ଯଦି ନିଜ ଭୋଜନରେ ପ୍ରତିଦିନ କିଛିଟା ଲିମ୍ବ ଫୁଲ ସାମିଲ କରିବେ ଏହା ଆପଣଙ୍କ ରକ୍ତଚାପ ସମସ୍ୟାକୁ ଠିକ କରିବ l ସେଥିପାଇଁ ଲିମ୍ବ ପତ୍ର କୁ ମଧ୍ୟ ଶାଗ ଭାବରେ ସେବନ କରି ପାରିବେ l ଆୟୁର୍ବେଦ ରେ କୁହାଯାଇଛି ଯେ ଉଚ ରକ୍ତ ଚାପ ରୋଗୀଙ୍କ ପାଇଁ ଲିମ୍ବକଢ଼ ଖୁବ ଲାଭ ଦାୟକ l

* ମଧୁମେହ ରୋଗୀମାନେ ଯଦି ରକ୍ତ ଶର୍କରା ନିୟନ୍ତ୍ରଣ ପାଇଁ କଞ୍ଚା ଲିମ୍ବପତ୍ର ଖାଇ ପାରୁ ନାହାନ୍ତି ତେବେ ଲିମ୍ବକଢ଼ ଓ ପତ୍ର କୁ ଭାଜି ସେବନ କରି ପାରିବେ l ଲିମ୍ବ ଫୁଲରେ ଥିବା ଜିଙ୍କ ମଧୁମେହ ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l

* ଲିମ୍ବକଢ଼ ବ୍ୟାଡ଼ କୋଲେଷ୍ଟ୍ରଲ କୁ ଦୂର କରି ଶରୀରରେ ଗୁଡ଼ କୋଲେଷ୍ଟ୍ରଲ ଉତ୍ପନ୍ନ କରିଥାଏ l କୋଲେଷ୍ଟ୍ରଲ ରୋଗୀମାନେ ଗ୍ରୀଷ୍ମ ଋତୁରେ ଯେବେବି ଲିମ୍ବକଢ ପାଉଛନ୍ତି ତାହାକୁ ନିଜ ଭୋଜନ ରେ ସାମିଲ କରିପାରିବେ l

* ଲିମ୍ବ ରକ୍ତକୁ ସଫା ରଖିଥାଏ l ତେଣୁ ପ୍ରତିଦିନ ଭୋଜନ ରେ ଲିମ୍ବକଢ଼ ସେବନ ଦ୍ୱାରା ଚର୍ମ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ଓ ରକ୍ତ ସଫା ହୋଇଥାଏ l ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ପ୍ରତିଦିନ ଲିମ୍ବ ଖାଇବା ଦ୍ୱାରା ରକ୍ତ ପତଳା ହୋଇଥାଏ ଓ ରକ୍ତରେ ହେଉଥିବା ସଂକ୍ରମଣ ମଧ୍ୟ ଦୂର ହୋଇଥାଏ l

* ଯେବେବି ଆପଣ ଆମିଷ ଭକ୍ଷଣ କରୁଛନ୍ତି ତା ସହିତ ମିଶାଇ ଲିମ୍ବ କୁ ସେବନ କରନ୍ତୁ ନାହିଁ l ଲିମ୍ବ ସହିତ ଆମିଷ, ଆମ୍ବ, ସିମ୍ବ ଇତ୍ୟାଦି ସେବନ କରାଯାଏ ନାହିଁ l ଏହା ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ l

* ଲିମ୍ବର ସ୍ୱାଦ ପିତା ହୋଇଥିଲେ ମଧ୍ୟ ଏହା ଗୋଟିଏ ସାତୁଇକ ଭୋଜନ ଅଟେ l ତେଣୁ ଲିମ୍ବ ପାଚନ ପ୍ରକ୍ରିୟା କୁ ଠିକ କରିବାରେ ସାହାଯ୍ୟ କରିଥାଏ ଓ ପେଟର ବିଭିନ୍ନ ଜୀବାଣୁ କୁ ନଷ୍ଟ କରିଥାଏ l

* ଲିମ୍ବ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ l ନିୟମିତ ଯଦି ଆପଣ ଲିମ୍ବ ସେବନ କରୁଛନ୍ତି ଏହା ଆପଣଙ୍କ ଇମ୍ୟୁନିଟି କୁ ସୁଦୃଢ କରିବ l ଏଥିରେ ଥିବା ଜିଙ୍କ ଓ ଆଣ୍ଟି ଅକ୍ସିଡେଣ୍ଟ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ l

* ଲିମ୍ବ ପତ୍ର କୁ ଗ୍ରୀଷ୍ମ ଋତୁରେ ପାଣିରେ ଫୁଟାଇ ଗାଧୋଇବା ଦ୍ୱାରା ଚର୍ମ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ଯେପରିକି ତ୍ୱଚାରେ ବ୍ରଣ , କୁଣ୍ଡିଆ, ଇତ୍ୟାଦି ଠିକ ହେବା ସହିତ ଥକାପଣ ଦୂର କରିଥାଏ l

Leave a comment