ଚୁଟିକୁ ମୂଳରୁ ମଜଭୁତ କରିବ ଡାଲଚିନି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଭିନ୍ନ ରାସାୟନିକ ପ୍ରଡକ୍ଟ ବ୍ୟବହାର କରି ଲୋକେ ଏହି କେଶ ଜନିତ ସମସ୍ୟାରୁ ମୁକ୍ତି ପାଇଥାନ୍ତି। କିନ୍ତୁ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ ବି ଚୁଟିକୁ ଚମକଦାର ବନାଇପାରିବେ। ଚୁଟିରେ ଡାଲଚିନି ଓ ଅଲିଭ ଅଏଲର ପ୍ୟାକ୍‌ ଲଗାଇ ଆପଣ କୋମଳ କେଶ ପାଇପାରିବେ। ଆସନ୍ତୁ ଜାଣିବା ଏହାକୁ ତିଆରି କରିବା ପ୍ରଣାଳୀ…
ଏହି ପ୍ୟାକ୍‌କୁ ତିଆରି କରିବା ପାଇଁ ବେକିଂ ସୋଡ଼ା, ଅଲିଭ ଅଏଲ, ଡାଲଚିନି ଓ ଟି ଟ୍ରି ଅଏଲ ନିଅନ୍ତୁ। ଏବେ ଏକ ପାତ୍ରରେ ସବୁ ଜିନିଷ ମିଶାନ୍ତୁ। ଏହି ପେଷ୍ଟକୁ ବ୍ରଶ୍‌ ସାହାଯ୍ୟରେ ଚୁଟିରେ ଲଗାନ୍ତୁ। ଏହା ଶୁଖିବା ପରେ ସାଦା ପାଣିରେ ଚୁଟି ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ଚୁଟିକୁ ଧୋଇବା ପାଇଁ ମାଇଲ୍ଡ ସାମ୍ପୁ ବ୍ୟବହାର କରିପାରିବେ।
ଏହି ମିଶ୍ରଣର ଫାଇଦା:
ଏହି ପେଷ୍ଟକୁ ମୁଣ୍ଡରେ ଲଗାଇବା ଦ୍ୱାରା ଚୁଟି ଚମକଦାର ହୋଇଥାଏ। ଏଥିସହ ଚୁଟି ମୂଳରୁ ମଜଭୁତ ହୁଏ। ଆପଣ ଏହି ପ୍ୟାକ୍‌କୁ ସପ୍ତାହକୁ ଦୁଇ ଥର ବ୍ୟବହାର କରିପାରିବେ।

Leave a comment