SCB ମେଡିକାଲରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ରୋଗୀଙ୍କ ସହ କଲେ ଆଲୋଚନା

0

କଟକ SCB ମେଡିକାଲରେ ପହଞ୍ଚିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମେଡିକାଲ କଲେଜ ଅଧ୍ୟକ୍ଷ ଓ ଡିନ୍ ଙ୍କ ସହ ଚିକିତ୍ସା ବ୍ୟବସ୍ଥା ନେଇ ଆଲୋଚନା କଲେ । ଏସ୍ସିବିର ବିଭିନ୍ନ ବିଭାଗକୁ ଯାଇ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ସହ ଚିକିତ୍ସା ବ୍ୟବସ୍ଥା ନେଇ ମନ୍ତ୍ରୀ ଆଲୋଚନା କରିଛନ୍ତି । ମେଡିକାଲର ଭିତ୍ତିଭୂମି ସମ୍ପର୍କରେ ଅଧିକାରୀ ମାନଙ୍କ ସହ ମଧ୍ୟ ମନ୍ତ୍ରୀ ଆଲୋଚନା କରିଛନ୍ତି ।

SCB ସମ୍ପ୍ରସାରଣ ପ୍ରକଳ୍ପ କାମର ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ।ରୋଗୀମାନଙ୍କୁ ଉନ୍ନତ ସେବା ପ୍ରଦାନ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଡାକ୍ତର ମାନଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁନ୍ନା ଭାଇ MBBS ଫିଲ୍ମର ଉଦାହରଣ ଦେଇ ମାନବିକତାର ସହ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ଓ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ଡାକ୍ତରମାନଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି।

Leave a comment