ଶରୀରରେ ରକ୍ତ ହୀନତା ଦେଖାଯାଉଥିଲେ ଖାନ୍ତୁ ଏହି ଖାଦ୍ୟ

0

କ’ଣ ଆପଣ ଲଗାତାର ଭାବରେ ଥକ୍କାପଣ ଅନୁଭବ କରୁଛନ୍ତିକି । କଣ ଆପଣଙ୍କ ତ୍ୱଚାରେ ହଳଦିଆ ଦାଗ ପଡିବା ସହିତ ଜୀବନ ନଥିବା ଭଳି ଦେଖାଦେଉଛିକି । ମେଡିକାଲ ସାଇନ୍ସରେ ଏହାକୁ ଆନିମିଆର ଲକ୍ଷଣ କୁହାଯାଏ । ଶରୀରରେ ହିମୋଗ୍ଲୋବିନର ଅଭାବ ରହିଲେ ହିଁ ଏସବୁ ଲକ୍ଷଣ ମାନ ଦେଖାଦେଇଥାଏ ।

ପ୍ରଥମେ ଆସନ୍ତୁ କଣ ହୋଇଥାଏ ଏହି ଆନିମିଆ ?
ବଡ଼ି ସେଲ୍ସକୁ ଆକ୍ଟିଭ ରଖିବା ପାଇଁ ଅକ୍ସିଜେନ ନିହାତି ଆବଶ୍ୟକ । ଏହା ହିମୋଗ୍ଲୋବିନକୁ ଅନ୍ୟାନ ଅଙ୍ଗମାନଙ୍କୁ ପହଞ୍ଚାଇଥାଏ । ହିମୋଗ୍ଲୋବିନ ହେଉଛି ଆଇରନରେ ଭରପୁର ଏକ ପ୍ରକାର ପ୍ରୋଟିନ, ଯାହା ଲାଲ ରକ୍ତ କୋଷିକାର ମହଜୂତ ଥାଏ । ପୁରା ଶରୀରର ବିଭିନ୍ନ ଅଙ୍ଗକୁ ଅକ୍ସିଜେନ ପହଞ୍ଚାଇବାରେ ଏହା ମୁଖ୍ୟ ଭୂମିକା ନିଭେଇଥାଏ । ଏହାର ପରିମାଣ କମିଗଲେ ଥକ୍କାପଣ, ଦୁର୍ବଳ ଲାଗିବା, ଶ୍ୱାସ ନେବାରେ ଅସୁବିଧା ହେବା, ମୁଣ୍ଡବିନ୍ଧା ଭଳି ସମସ୍ୟା ମାନ ଦେଖାଦେଇଥାଏ | ଶରୀରରେ ଆଇରନର ମାତ୍ରା କମିଲେ ବି ହିମୋଗ୍ଲୋବିନ ଉପରେ ଏହାର ପ୍ରଭାବ ପଡିଥାଏ | ଆଉ ଏମିତି ସ୍ଥିତି ଲାଗି ରହିଲେ ବି ମଣିଷର ମସ୍ତିସ୍କ ବି କାମ କରିବା ବନ୍ଦ କରିଦିଏ । ଆନିମିଆରେ ପୀଡିତ ଲୋକେ ଦିନକୁ ଦୁଇ ଥର ଗୋଟେ କପ ଦହିରେ କିଛି ହଳଦୀ ମିଶାଇ ଖାଇବା ଉଚିତ । ଏମିତି କରିବା ଦ୍ୱାରା ଶରୀରରେ ରକ୍ତର ଅଭାବ ରୁହେ ନାହିଁ । ଏହା ସହ ପାଚନ କ୍ରିୟା ବି ମଜବୁତ ହୋଇଥାଏ ।

ସବୁଜ ପନିପରିବା ଅଧିକ ଖାଆନ୍ତୁ:
ପାଳଙ୍ଗ ଶାଗ, ସୋରିଷ ଶାଗ, ବ୍ରୋକୋଲି ପରି ସବୁଜ ତଥା ତାଜା ପନିପରିବା ଅଧିକରୁ ଅଧିକ ଖାଇବାକୁ ଚେଷ୍ଟା କରନ୍ତୁ । ଏଗୁଡିକ କ୍ଲୋରୋଫିଲ ତଥା ଆଇରନର ଏକ ଉତ୍ତମ ଉତ୍ସ । ଏଥିରୁ ହିମୋଗ୍ଲୋବିନ ତିଆରି ହେବା ସହ ଶରୀରରେ ଆଇରନର ଅଭାବ ବି ରୁହେ ନାହିଁ ।

ତମ୍ବା ପାତ୍ରରେ ପାଣି ରଖି ପିଅନ୍ତୁ:
ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ତମ୍ବା ପାତ୍ରରେ ପାଣି ରଖି ପିଇଲେ ଏହା ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ । ରାତିରେ ତମ୍ବା ପାତ୍ରରେ ପାଣି ରଖନ୍ତୁ । ଆଉ ସକାଳୁ ଏହାକୁ ପିଇ ଦିଅନ୍ତୁ । ଆପଣଙ୍କ ଶରିରରେ ପ୍ରାକୃତିକ ଖଣିଜ ପଦାର୍ଥ ବି ଭରିଯିବ |

ବିଟ ରସ ଓ ଡାଳିମ୍ବ ରସ ପିଅନ୍ତୁ:
ଡାଳିମ୍ବ ରସରେ ଫୋଲିକ ଏସିଡ, ଆଇରନ, କପର,ପୋଟାସିୟମ ପ୍ରଚୁର ପରିମାଣରେ ରହିଥାଏ । ଯଦି ଏହି ସବୁ ଜୁସକୁ ନିୟମିତ ଭାବରେ ନିଆଯାଏ ତେବେ ଶରୀରରେ ରକ୍ତର ଅଭାବ ଆଦୌ ରହିବ ନାହିଁ ।

ରାଶି:
ପ୍ରତିଦିନ ରାଶି ଖାଇଲେ ଆଇରନର ମାତ୍ରା ବଢିଥାଏ । ପ୍ରତିଦିନ କୌଣସି ବି ଉପାୟରେ କିଛି କିଛି କଳା ରାଶି ନିହାତି ଖାଆନ୍ତୁ । ଅଳ୍ପ କିଛି ପାଣିରେ କିଛି ରାଶିକୁ ଦୁଇ ରୁ ତିନି ଘଣ୍ଟା ପାଇଁ ଭିଜାଇ ରଖିଦିଅନ୍ତୁ । ଏହାକୁ ପରଦିନ ଗୋଟେ ଚାମଚ ମହୁ ସହିତ ଗ୍ରହଣ କରନ୍ତୁ ।

Leave a comment