ସ୍ୱାସ୍ଥ୍ୟ ପାଇଁ ଜୀରା, ମଧୁମେହ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ

0

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ ସମୟରେ ଡାକ୍ତରଙ୍କ ପରାମର୍ଶ କରିଥାଉ । କିନ୍ତୁ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା । ସ୍ୱାସ୍ଥ୍ୟ ପାଇଁ ଜୀରା ବହୁତ ଲାଭଦାୟକ ଅଟେ । ଜୀରାର ବ୍ୟବହାର ପ୍ରାୟ ସମସ୍ତ ଘରେ ଖୁବ ଆଦର ସହକାରେ ହୋଇଥାଏ । ଜୀରା ଯେପରି ସ୍ୱାଦ ଯୁକ୍ତ ସେହିଭଳି ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ । ତେବେ ଚାଲନ୍ତୁ ଜାଣିବା ଜୀରାର ବିଭିନ୍ନ ଲାଭଦାୟକ ଗୁଣ ଓ ଘରୋଇ ଉପଚାର ବିଷୟରେ..

ଓଜନ ହ୍ରାସ କରାଏ ଜିରା । ପ୍ରତିଦିନ ଜିରାକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଜୀରା ଶରୀରର ଏକ୍ସଟ୍ରା ଫ୍ୟାଟ ବା ଅଧିକ ମୋଟାପଣକୁ କମ୍ କରିଥାଏ ।
ଇମ୍ୟୁନିଟି ବଢ଼ାଇଥାଏ ଜୀରା । ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଇମ୍ୟୁନ ସିଷ୍ଟମ ଠିକ ରହିବା ଆବଶ୍ୟକ ଅଟେ । ତେଣୁ ଜୀରାକୁ ନିୟମିତ ଭାବରେ ସେବନ କରୁଥିବା ଲୋକ ମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ ।
କୋଲେଷ୍ଟ୍ରଲକୁ କମ୍ କରେ ଜୀରା । ଯେଉଁ ବ୍ୟକ୍ତିମାନେ କୋଲେଷ୍ଟ୍ରଲ ସମସ୍ୟା ରହିଥାଏ ,ସେମାନେ ପ୍ରତିଦିନ ଜୀରାର ପାଉଡର ବା ଗୁଣ୍ଡ ପ୍ରସ୍ତୁତ କରି ପାଣି ସହିତ ଏହାକୁ ସେବନ କରନ୍ତୁ । ଏହାଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ମାତ୍ରା ସନ୍ତୁଳିତ ରହିଥାଏ ।
ମଧୁମେହ ନିୟନ୍ତ୍ରଣ କରେ ଜୀରା । ମଧୁମେହ ରୋଗୀ ମାନଙ୍କ ପାଇଁ ଜୀରା ଗୋଟିଏ ମହତ୍ଵପୂର୍ଣ୍ଣ ଔଷଧ ଅଟେ । ଜୀରାରେ ଭରପୁର ମାତ୍ରାରେ ଆଣ୍ଟି ଡାଇବେଟିକ ଗୁଣ ରହିଛି । ଯାହା ଶରୀରର ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ ଓ ମଧୁମେହ ହେବାର ସମ୍ଭାବନା କମ୍ ରହିଥାଏ ।
ଏସିଡିଟି ଓ ଗ୍ୟାସ ସମସ୍ୟା ଦୂର କରେ ଜୀରା । ପ୍ରତିଦିନ ସକାଳୁ ଖାଲି ପେଟରେ ୧ ଚାମଚ ଜୀରା ସହ ଉଷୁମ ପାଣି ପିଇବା ଦ୍ୱାରା ଗ୍ୟାସ ଓ ଏସିଡିଟି ସମସ୍ୟା ଦୂର ହୋଇଥାଏ ।
ଖାଦ୍ୟ ହଜମ କରାଏ ଜୀରା । ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ହଜମକାରୀ ଏନଜାଇମର କାର୍ଯ୍ୟକଳାପକୁବ ବୃଦ୍ଧି କରାଇଥାଏ ।
ଶରୀରର ଷ୍ଟ୍ରେସ୍ ବା ଚାପକୁ ନିୟନ୍ତ୍ରଣ କରେ ଜୀରା । ଜୀରା ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରି ଚାପକୁ କମ୍ କରାଏ ।

Leave a comment