ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ମାଟି ତାୱାର ରୁଟି: ଜାଣନ୍ତୁ ଏହାର ଉପକାରିତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତମ ସ୍ବାସ୍ଥ୍ୟ ପାଇଁ ପୋଷକ ତତ୍ତ୍ବ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାହିଁକି ନା ଆଲୁମୁନିୟମ୍ ଓ ଷ୍ଟିଲ୍ ପାତ୍ର ଅପେକ୍ଷା ମାଟି ପାତ୍ରରେ ରନ୍ଧା ହୋଇଥିବା ଖାଦ୍ୟ ଅଧିକ ଲାଭଦାୟକ । ମାଟି ପାତ୍ରରେ ରନ୍ଧା ଖାଦ୍ୟ ସ୍ବାଦିଷ୍ଟ ନୁହେଁ ବରଂ ସ୍ବାସ୍ଥ୍ୟ ପଇଁ ପୃଷ୍ଟିକର ମଧ୍ୟ ଅଟେ । ଏହି ଖାଦ୍ୟ ଖାଇବା ଦ୍ବାରା ମନୁଷ୍ୟକୁ ଅନେକ ରୋଗରୁ ଦୂରେଇ ରଖେ । କାରଣ କୋଷ୍ଠକାଠୀନ୍ୟ , ଗ୍ୟାସ୍ ଭଳି ସମସ୍ୟା ବହୁତ ଦୂରରେ ଥାଏ । ତେବେ ଜାଣନ୍ତୁ ମାଟି ତାୱାରେ ରୁଟି କରିବା ଦ୍ବାରା କଣ ଫାଇଦା ମିଳିଥାଏ ।
ଗ୍ୟାସରୁ ମୁକ୍ତି – ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି କାମ କରିବାରେ ଅଧିକାଂଶ ଲୋକଙ୍କ ପେଟରେ ଗ୍ୟାସ୍ ସମସ୍ୟା ଦେଖା ଦେଇଥାଏ । ଯଦି ଏହି ସମସ୍ୟା ଆପଣଙ୍କର ମଧ୍ୟ ଦେଖା ଯାଏ ତାହାଲେ ମାଟି ତାୱାରେ ରୁଟି ପ୍ରସ୍ତୁ ତ କରି ଖାଆନ୍ତୁ । ଦେଖିବେ ଖୁବ୍ ଶୀଘ୍ର ପେଟର ସମସ୍ୟାରୁ ମୁକ୍ତି ମିଳିବ ।
କୋଷ୍ଠ କାଠିନ୍ୟ- ବର୍ତ୍ତମାନ ସମୟରେ ଭୁଲ ଖାଦ୍ୟ ପାନୀୟ କରିବା ଦ୍ବାରା ଅଧିକାଂଶ ଲୋକଙ୍କ ପାଇଁ କୋଷ୍ଠ କାଠିନ୍ୟର ସମସ୍ୟା କାରଣ ଭୋଗୁଛନ୍ତି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମାଟିରେ ପ୍ରସ୍ତୁତ ତାୱାରେ ସେକା ହୋଇଥିବା ରୁଟିକୁ ଡାଇଟ୍ ରେ ସାମିଲ୍ କରନ୍ତୁ । ଏହି ରୁଟି ଖାଇବା ଦ୍ବାରା ଅନେକ ସମସ୍ୟାରୁ ମୁକ୍ତି ମିଳିବ ।
ରୁଟି ଜଳେ ନାହିଁ – ମାଟି ତାୱା ଗରମ ହେବାରେ ଟିକେ ସମୟ ନେଇଥାଏ । ହେଲେ ଏହା ଗରମ ହେବା ପରେ ରୁଟି ସେକିବ ସମୟରେ ଜଳେ ନାହିଁ । ଏହି ରୁଟି ଖରାପ ହୁଏ ନାହିଁ ।
ଅନେକ ସମସ୍ୟାରୁ ମିଳିଥାଏ ମୁକ୍ତି – ମାଟି ତାୱାରେ ରୁଟି କରି ଖାଇବରେ ଏହି ମାଟିର ତାୱାକୁ ଅବଶୋଷିତ କରି ରୁଟିର ପୌଷ୍ଟିକତା ବୃଦ୍ଧି କରାଇଥାଏ । ତେବେ ଏଥିରେ ଥିବା ପ୍ରୋଟିନ୍ ରୋଗ ଆଦି ସମସ୍ୟାରୁ ରକ୍ଷା କରିବାରେ ସାହଯ୍ୟ କରିଥାଏ ।
ଏହି କଥାକୁ ଧ୍ୟାନ ଦିଅନ୍ତୁ
ମାଟି ତାୱାରେ ରୁଟିକୁ କେବେ ଅଧିକ ଉତ୍ତାପରେ ସେକନ୍ତୁ ନାହିଁ । ଏହା କରିବା ଦ୍ବାରା ତାୱା ଫାଟି ଯାଏ ।
ଏହି ତାୱାକୁ ବ୍ୟବହାର କରିବା ସମୟରେ ଏଥିରେ ପାଣି ଲଗାଇବା ଉଚିତ୍ ।
ମାଟିର ତାୱାକୁ ସାବୁନରେ ଧୋଇବା ଅନୁଚିତ୍ । ଏହା କରିବା ଦ୍ବାରା ସାବୁନ୍ ଅବଶୋଷିତ କରି ନେଇଥାଏ ।
ମାଟିର ତାୱାକୁ ସଫା କରିବା ପରେ ପରିଷ୍କାର ତଥା ସଫା କପଡା ବ୍ୟବହାର କରନ୍ତୁ ।