ଥଣ୍ଡା କାଶ ହେଲେ ବିନା ଡାକ୍ତରୀ ପରାମର୍ଶରେ ଔଷଧ ଖାଆନ୍ତୁ ନାହିଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗାଁରେ ରହୁଥିବା ଲୋକମାନେ ଥଣ୍ଡା କାଶ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ବିଭିନ୍ନ ଔଷଧ ଖାଉଛନ୍ତି । ସେ ଏଭଳି ଭୁଲ୍ ନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।ତେବେ ସବୁ ଔଷଧ ଦୋକାନ ମଧ୍ୟ ବିନା ପ୍ରେସକ୍ରିପସନରେ ଔଷଧ ନ ଦେବା ଉଚିତ୍ । ଏବେ ବିଭିନ୍ନ ରାଜ୍ୟରେ ଛୋଟ ପିଲା ଅଧିକ କରୋନା ସଂକ୍ରମିତ ହେଉଛନ୍ତି । ଏଥିପାଇଁ ଘରର ମୁଖ୍ୟଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ । କାରଣ ଛୋଟ ପିଲାମାନେ ଘର ବାହାରକୁ ଯାଆନ୍ତି ନାହିଁ । ତେଣୁ ଘରର ସବୁ ଲୋକମାନେ ଯଥା ଶୀଘ୍ର ଟିକା ନେଇଯାଆନ୍ତୁ । ଘରର ଅନ୍ୟ ଲୋକ ସଚେତନ ହେବେ ତାହାଲେ ଛୋଟ ପିଲାଙ୍କ ସଂକ୍ରମଣ ହେବାର ବହୁତ କମ ଆଶଙ୍କା ଥାଏ ।

Leave a comment