ଛାତ୍ରୀଙ୍କୁ ଧକ୍କା ମାରିଲେ ପ୍ରଧାନଶିକ୍ଷକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ଼ ମାରିବା ସହ ଫାଟକ ବାହାରକୁ ଧକ୍କା ମାରିବା ଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ପଞ୍ଚାୟତସ୍ଥିତ ତିଳେତ୍ତମାଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜନୈକା ୫ମ ଶ୍ରେଣୀ ଛାତ୍ରୀଙ୍କୁ ଫାଟକ ବାହାରକୁ ଧକ୍କା ମାରିଛନ୍ତି ପ୍ରଧାନଶିକ୍ଷକ । ଏହି ଘଟଣା ସୋମବାର ପଦାକୁ ଆସିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସ୍କୁଲ ଛୁଟି ସମୟରେ ପ୍ରଧାନ ଶିକ୍ଷକ ସମ୍ପୃକ୍ତା ଛାତ୍ରୀଙ୍କୁ ସ୍କୁଲ ପାଇଖାନାରେ ତାଲା ପକାଇବାକୁ କହିଥିଲେ । ତେବେ ଚାବି ପକାଇବାରେ ବିଳମ୍ବ କରିବାରୁ ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ମାଝି ଛାତ୍ରୀଙ୍କୁ ମାଡ଼ ମାରିବା ସହ ଗେଟ୍‌ ବାହାରକୁ ଧକ୍କା ଦେଇଥିଲେ । ଏ ନେଇ ଛାତ୍ରୀଙ୍କ ହାତରେ ଗଭୀର ଯନ୍ତ୍ରଣା ହେଉଥିବା ବେଳେ ତଳେ ପଡ଼ି ଛାତ୍ରୀ ଜଣଙ୍କ ଖଣ୍ଡିଆ ଖାବରା ମଧ୍ୟ ହୋଇଥିଲେ । ଏ ସମ୍ପର୍କରେ ଛାତ୍ରୀ ଜଣଙ୍କ ଘରେ ଜଣାଇବା ପରେ ଛାତ୍ରୀଙ୍କ ବାପା ପରୀକ୍ଷିତ ମଲ୍ଲିକଙ୍କ ସମେତ ଅନ୍ୟ କେତେଜଣ ଅଭିଭାବକ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଜିଲ୍ଲା ଶିକ୍ଷାଧିକାରୀ ଏହାର ତଦନ୍ତ ନିମନ୍ତେ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ଘଟଣାର ତଦନ୍ତ କରାଯିବ ବୋଲି ବିଇଓ ଅକ୍ଷୟ କୁମାର ସ୍ବାଇଁ କହିଛନ୍ତି ।

Leave a comment