କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କୁ ଡବଲ ଝଟକା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଳାତକ ବିଜୟ ମାଲ୍ୟାଙ୍କୁ ଲାଗିଛି ଡବଲ ଝଟକା । ଏପଟେ କାର୍ଯ୍ୟାନୁଷ୍ଠାନ ଅାରମ୍ଭ ଲାଗି ଟ୍ରାୟଲ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅାବେଦନ ଉପରେ ରହିତାଦେଶ ଲଗାଇବାକୁ ମାଲ୍ୟା ହାଇକୋର୍ଟରେ କରିଥିବା ଅନୁରୋଧକୁ ହାଇକୋର୍ଟ ଅଗ୍ରହ୍ୟ କରିଛନ୍ତି । ପଳାତକ ଅର୍ଥ ଖିଲାପୀ ଅାଇନ ଅାଧାରରେ ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯିବା ସହ ତାଙ୍କର ଅାନୁମାନିକ ୧୨ ହଜାର ୫୦୦ କୋଟି ଟଙ୍କାର ସଂପତ୍ତି ବ୍ୟାଜ୍ୟାପ୍ତି ପାଇଁ ଅନୁମତି ଦେବାକୁ ଇଡି କୋର୍ଟରେ ଅାବେଦନ କରିଥିଲା । ଏହା ବିରୋଧରେ ମାଲ୍ୟା ବମ୍ବେ ହାଇକୋର୍ଟରେ ଅାବେଦନ କରିଥିଲେ । ଯାହାକୁ ହାଇକୋର୍ଟ ସମ୍ପୂର୍ଣ୍ଣ ଭାବେ ଆଗ୍ରହ୍ୟ କରିଦେଇଛନ୍ତି ।
ସେପଟେ ଲଣ୍ଡନରେ ଥିବା ମାଲ୍ୟାଙ୍କ ବିଳାସପୂର୍ଣ୍ଣ ଘର ହାତରୁ ଚାଲିଯିବା ଭଳି ସ୍ଥିତି ଉପୁଜିଛି । ସେହି ଘରକୁ ବନ୍ଧକ ରଖି ମାଲ୍ୟା ୟୁବିଏସ୍ ନାମକ ଏକ ବ୍ୟାଙ୍କରୁ ଋଣ ନେଇଥିଲେ । ଠିକ୍ ସମୟରେ ଋଣ ପରିଶୋଧ ନକରିବାକୁ ବ୍ୟାଙ୍କ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଏହି ମାମଲାର ଶୁଣାଣି କରି ବ୍ୟାଙ୍କ ସପକ୍ଷରେ କୋର୍ଟ ରାୟ ଦେଇଛନ୍ତି । ମାଲ୍ୟାଙ୍କ ସେହି ବିଳାସପୂର୍ଣ୍ଣ ଘରକୁ ବ୍ୟାଙ୍କ କବ୍ଜା କରିପାରିବ ବୋଲି କୋର୍ଟ କହିଛନ୍ତି । ବିଳାସପୂର୍ଣ୍ଣ ଘର ହାତରୁ ଖସିଯିବାକୁ ବସିଥିବା ବେଳେ ଆଇନଗତ ଲଢ଼େଇରେ ୟୁବିଏସ୍ ବ୍ୟାଙ୍କର ଯେଉଁ ଖର୍ଚ୍ଚ ହୋଇଛି ତାହାକୁ ମଧ୍ୟ ଭରଣା କରିବାକୁ କୋର୍ଟ ମାଲ୍ୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।