ଜିତିଲେ ହରିବଂଶ, ନବୀନ ଙ୍କ ସମର୍ଥନ ରହସ୍ୟମୟ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ହୋଇ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ରେ ନବୀନ ଙ୍କ ସମର୍ଥନ ରେ ଏନଡିଏ ପାର୍ଥି ହରିବଂଶ ବିଜୟ ଲାଭ କରିଛନ୍ତି । ତାଙ୍କୁ ଜିତିବା ପାଇଁ ୧୧୯ ଟି ଭୋଟ ଆବଶ୍ୟକ ଥିବାବେଳେ ତାଙ୍କୁ ୧୨୫ ଟି ଭୋଟ ମିଳିଛି । ତାଙ୍କ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ବି କେ ହରିପ୍ରସାଦ ଙ୍କୁ ୧୦୫ ଟି ଭୋଟ ମିଳିଛି ।

ନବୀନ ରାଜ୍ୟସଭା ଉପାଧ୍ୟକ୍ଷ ଏନଡିଏ ପାର୍ଥି ହରିବଂଶ ଙ୍କୁ ସମର୍ଥନ ଦେଇ ବିଜେପି ସହ ହାତ ମିସାଇଛନ୍ତି। ଲୋକେ ଏହାକୁ ଭାବିପାରନ୍ତି ଯେ ସିବିଆଇ ଭୟରେ ନବୀନ ଏହା କରିଛନ୍ତି। କିନ୍ତୁ ନବୀନ ଏହା କରି ରାଜ୍ୟ ବିଜେପି ନେତା ମାନଙ୍କୁ ଦୁର୍ବଳ କରିଦେଇଛନ୍ତି । ଏହା ମଧ୍ୟ ଦିବାସତ୍ୟ ଯେ ନବୀନ ପଟ୍ଟନାୟକ ରାଜନୀତିରେ ରୁଚି ନ ରଖିଥିବା ବ୍ୟକ୍ତି ରାଜନୀତି ରେ ସେ ଏତେ ମାହୀର ଓ ଗୋଟି ଚାଲାଣ ରେ ମାଷ୍ଟର ମାଇଣ୍ଡ ବୋଲି ପ୍ରମାଣ ମଧ୍ୟ କରିଛନ୍ତି ।

କାରଣ ଅନାସ୍ତ ପ୍ରସ୍ତାବ ରେ ବିଜେଡ଼ି କକ୍ଷତ୍ୟାଗ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଭଳି ଭାବେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରୁଥିଲେ ତାହା ଏବେ ଆଉ ଶୁଣିବାକୁ ମିଳୁନି ।ବିପକ୍ଷରେ ପଦଟିଏ ମଧ୍ୟ ମତ ପ୍ରକାଶ କରୁନାହାନ୍ତି। କିଛିଦିନ ବ୍ୟବଧାନ ମଧ୍ୟରେ ଏନଡିଏ ର କିଛି ବଡ଼ ବଡ଼ ନେତା ତଥା ରାଜନାଥ ସିଂ,ଅମିତ ଶାହା,ନିତିଶ କୁମାର ନବୀନ ଙ୍କ ସହ କଥାହେବା ନବୀନ ଙ୍କ ଜାତୀୟ ରାଜନୀତି ରେ ଗୁରୁତ୍ୱ ବହନ କରୁଛି । ତେଣୁକରି କେନ୍ଦ୍ରୀୟ ବିଜେପି କଦାପି ଚାହିଁବନି ଯେ ନବୀନ ଙ୍କୁ ଡିଷ୍ଟର୍ବ କରିବାକୁ । କାରଣ ଦରକାର ପଡ଼ିଲେ ସେ ଶେଷ ମୁହୂର୍ତ୍ତରେ ତାଙ୍କୁ ସମର୍ଥନ କରିପାରନ୍ତି ଯାହାକି ପୂର୍ବରୁ ବିଭିନ୍ନ ସମୟରେ କରିଆସିଛନ୍ତି ।

ପ୍ରତାପ ସଢଙ୍ଗୀ ଯେତେ ରାଗିଲେବି, ଆରଏସଏସ ଯେତେ ଚାହିଁଲେବି ଏଠି ନବୀନ ଙ୍କୁ ମୋଦି ଓ ଶାହା ଡିଷ୍ଟର୍ବ କରିବାକୁ ଚାହୁଁନାହାନ୍ତି । ତେଣୁ କରି ନବୀନଙ୍କ କେନ୍ଦ୍ର ସରକାର ଙ୍କୁ ସହଯୋଗ କରିବା ନିଷ୍ପତି ମୋଦିଙ୍କୁ ଖୁସ କରିଛି କିନ୍ତୁ ରାଜ୍ୟ ଭାଜପା ନେତୃବୃନ୍ଦ ଙ୍କୁ ଦୁଃଖୀ କରିଛି । କାରଣ ଏହାଦ୍ୱାରା ସେମାନେ ରାଜ୍ୟରେ ନିଜର ରାଜନୈତିକ ଗୁରୁତ୍ୱ ହରାଉଛନ୍ତି । ଦ୍ଵିତୀୟତଃ କଂଗ୍ରେସ ପ୍ରାର୍ଥୀ ଥିଲେ ବି କେ ହରିପ୍ରସାଦ । ମାତ୍ର ତାଙ୍କ ପରାଜୟ ଆଶଙ୍କା ଅଧିକ ରହିଥିଲା । ବି କେ ହରିପ୍ରସାଦ ଙ୍କ ପରାଜୟ ନିରଞ୍ଜନ ଓ ତାଙ୍କ ଗୋଷ୍ଠୀ କୁ ଖୁସିଦେଇଥିବା ଜଣାପଡିଛି । କାରଣ ପ୍ରସାଦ ହରିଚନ୍ଦନ ଓ ବି କେ ହରିପ୍ରସାଦ ନିରଞ୍ଜନ ଙ୍କ ସଭାପତି ପଦପାଇଁ କଣ୍ଟା ସାଜିଥିଲେ । ତେଣୁକରି ହରିପ୍ରସାଦ ଭାଣ୍ଡିଆ ହେବା ନିରଞ୍ଜନ ଙ୍କୁ ଖୁସି ଦେଇଛି । ସେଥିପାଇଁ ଦୁଇଦିନ ହେଲା ନିରଞ୍ଜନ ଏହାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି ।

Leave a comment