କାହିଁକି କେଜାଣି ବିଜେପିକୁ ଜିତାଉଛନ୍ତି ଲୋକେ: ହରିଶ ରାୱତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୭ ପରେ ୨୦୨୨ରେ ମଧ୍ୟ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ସିଂ ରାୱତଙ୍କୁ ପରାଜୟର ସମ୍ମୁଖୀନ ହୋଇଛନ୍ତି । ଲାଲଙ୍କୁଆ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟ ୧୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । କଂଗ୍ରେସ ହରିଶ ରାୱତଙ୍କୁ ରାମନଗର ଆସନ ପରିବର୍ତ୍ତେ ଲାଲଙ୍କୁଆ ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ହରିଶ ରାୱତ ୨୦୧୭ ବିଧାନସଭା ନିର୍ବାଚନରେ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ପରାଜିତ ହୋଇଥିଲେ।

ପରାଜୟ ପରେ ହରିଶ ରାୱତ ପ୍ରତିକ୍ରିୟା ରଖି କହିଛନ୍ତି, ନିର୍ବାଚନ ପରିଣାମରେ ମୁଁ ଆଶ୍ଚର୍ଯ୍ୟ। ଏତେ ଦରବୃଦ୍ଧି ସତ୍ତ୍ୱେ, ଯଦି ଏହା ଜନତାଙ୍କ ଜନାଦେଶ ହୁଏ, ତେବେ ଲୋକ କଲ୍ୟାଣ ଏବଂ ସାମାଜିକ ନ୍ୟାୟର ପରିଭାଷା କଣ ହେବ ? ଏହାପରେ ବି ବିଜେପି ଜିନ୍ଦାବାଦ କହୁଥିବା ଲୋକେ ମୋ ବୁଝିବା ବାହାରେ।
ଏହାସହ ସେ କହିଛନ୍ତି, ଉତ୍ତରାଖଣ୍ଡବାସୀଙ୍କ ହୃଦୟ ଜିତିବାରେ ଆମ ପ୍ରୟାସ ବିଫଳ ହୋଇଛି। ଆମର ବିଶ୍ୱାସ ଥିଲା ଲୋକେ ପରିବର୍ତ୍ତନ ପାଇଁ ଭୋଟ ଦେବେ, ଆମର ପ୍ରୟାସରେ କିଛି କମ ରହିଗଲା, ମୁଁ ଏହାକୁ ସ୍ୱୀକାର କରୁଛି ଏବଂ ପରାଜୟର ଦାୟିତ୍ୱ ନେଉଛି। ମୁଁ ଲୋକଙ୍କ ବିଶ୍ୱାସ ହାସଲ କରିପାରିଲି ନାହିଁ କିନ୍ତୁ ସମସ୍ତ ବିଜୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଉଛି ।

Leave a comment