ଆପଣାନ୍ତୁ ଏହି ଛୋଟ ଛୋଟ ଟିପ୍ସ, ବୈବାହିକ ଜୀବନରେ ଭରିଦେବ ମଧୁରତା

0

ନବଦମ୍ପତି ନିଜସମ୍ପର୍କ ଓ ବୈବାହିକ ଜୀବନରେ ସର୍ବଦା ମଧୁରତା ଭରିବାକୁ ବାସ୍ତୁରେ ବର୍ଣ୍ଣନା କରାଯାଇଥିବା କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ। ଯାହାକୁ ପାଳନ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

– ନବଦମ୍ପତି ନିଜ କକ୍ଷରେ କାଚରେ ତିଆରି ସାଜ୍ଜସଜ୍ଜା ଜିନିଷ ରଖନ୍ତୁ। ଛୋଟଛୋଟ ରଙ୍ଗବେରଙ୍ଗର ପଥର କିମ୍ବା କ୍ରିଷ୍ଟଲ ମାଳି ଏକ ପାତ୍ରରେ ସଜାଇ ରଖନ୍ତୁ। ସେଥିରେ ଇଚ୍ଛା ଅନୁଯାୟୀ, ମହମବତୀ ମଧ୍ୟ ରଖିପାରିବେ। ଏହା ଦ୍ୱାରା ସକରାତ୍ମକ ଶକ୍ତି ଆସିଥାଏ।

-କକ୍ଷରେ ଆଇନା ଥିଲେ ଏହାକୁ ଏକ କପଡ଼ା ଅଥବା ପରଦାରେ ଘୋଡାଇ ରଖନ୍ତୁ। ଧ୍ୟାନ ଦେବେ ଯେପରି ଖଟର ପ୍ରତିବିମ୍ବ ଆଇନାରେ ଦେଖାଯାଉନଥିବ।

-ପ୍ରତ୍ୟେକ ଶୁକ୍ରବାର କିମ୍ବା ପୂର୍ଣ୍ଣିମାରେ ପାଣିରେ ଲୁଣ ପକାଇ ଘରକୁ ପୋଛନ୍ତୁ।

-କକ୍ଷର କାନ୍ଥରେ ସ୍ୱାମୀ-ସ୍ତ୍ରୀଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ।

-ନବଦମ୍ପତି କକ୍ଷରେ କାଠରେ ତିଆରି ଫର୍ଣ୍ଣିଚର ହିଁ ରଖନ୍ତୁ।

-କକ୍ଷରେ ହାଲକା ରଙ୍ଗର ସାଜସଜ୍ଜା ଜିନିଷ ହିଁ ରଖନ୍ତୁ।

-ଘରର ମୁଖ୍ୟଦ୍ୱାରକୁ ପାଦ କରି ଶୁଅନ୍ତୁ ନାହିଁ।

-ନିଜ କକ୍ଷରେ ଖରାପ ବୈଦୁତିକ ଉପକରଣ, ଘଣ୍ଟା,ଖଣ୍ଡିତ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ ନାହିଁ।

-କକ୍ଷରେ ଜଳର ସ୍ରୋତର ଫଟୋ ରଖନ୍ତୁ ନାହିଁ।

-କକ୍ଷକୁ ସର୍ବଦା ପରିଷ୍କାର ରଖନ୍ତୁ।

Leave a comment