ପୁରୁଣା ଷ୍ଟେସନ ବଜାରରେ ହାପି ଫ୍ରିଜ ଉଦଘାଟିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଡିସିପି ଶ୍ରୀ ଅନୁପ କୁମାର ସାହୁ, ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ‘ହାପି ଫ୍ରିଜ’ ର ଉଦଘାଟନ କରିଛନ୍ତି । ବିଶ୍ୱ ଖାଦ୍ୟ ସପ୍ତାହ ଅବସରରେ ଆଜି ଯୁବକ ଉତ୍କଳ ଫାଉଣ୍ଡେସନ ପକ୍ଷରୁ ପୁରୁଣା ଷ୍ଟେସନ ବଜାର ଠାରେ ଭୁବନେଶ୍ୱର ଡିସିପି ଶ୍ରୀ ସାହୁ ଏହାର ଉଦଘାଟନ କରିଛନ୍ତି । ଏହି ‘ହାପି ଫ୍ରିଜ’ ର ରକ୍ଷଣାବେକ୍ଷଣ ଦାୟିତ୍ୱ ପୁରୁଣା ଷ୍ଟେସନ ବଜାର ସ୍ଥିତ ଶିରିଡି ସାଇ ଟ୍ରଷ୍ଟ କୁ ପ୍ରଦାନ କରାଯାଇଛି ।
‘ହାପି ଫ୍ରିଜ’ ଯେଉଁଥିରେ ଲୋକ ନିଜ ବଳକା ଖାଦ୍ୟ କୁ ଦାନ କରିପାରିବେ ଯାହାକି କୌଣସି ଭୋକିଲା ଲୋକର କାମରେ ଆସିପାରିବ । ଏହା ଫଳରେ ଖାଦ୍ୟ ନଷ୍ଟ ହେବା କମିବା ସହ କିଛି ଲୋକ ଯେକି ଖାଦ୍ୟ ଅଭାବର ଶିକାର ହେଉଛନ୍ତି ସେମାନଙ୍କୁ ମଧ୍ୟ ପେଟ ଭର୍ତ୍ତି ଖାଦ୍ୟ ମିଳିପାରିବ ବୋଲି ଯୁବକ ଉତ୍କଳ ଫାଉଣ୍ଡେସନର ଅଧ୍ୟକ୍ଷ ଦେବାଶିଷ ଜେନା ଓ ଏମଡି ନିଖିଲ ଭୂଷଣ କହିଛନ୍ତି । ଏହାସହ ପୁରୁଣା ଷ୍ଟେସନ ବଜାର ସାଇ ଟ୍ରଷ୍ଟ ପକ୍ଷରୁ ଏହାର ସଠିକ ଯତ୍ନ ନିଆଯିବା ନେଇ ସେମାନେ ଆଶା ବ୍ୟକ୍ତ କରିଛନ୍ତି । ଏହା ଅତ୍ୟନ୍ତ ଉତ୍ତମ ପ୍ରୟାସ ବୋଲି ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି ।