ବନ୍ଧାଇଦେଲା ହନୁମାନ ପଇସା, ନେଣଦେଣ ବେଳେ ୬ ଜଣକୁ ମାଡ଼ି ବସିଲା ପୋଲିସ

0

ରାତାରାତି ବଡ଼ ଲୋକ ହେବାର ନିଶା ମଣିଷକୁ ଅପରାଧ ରାସ୍ତାକୁ ଯିବାରେ ପ୍ରେରିତ କରୁଛି। ଯାହା ବତ୍ତର୍ମାନ ସମାଜରେ ଏକ ବଡ଼ ବ୍ୟାଧି ହୋଇଯାଇଛି। ଏମିତି ଅପରାଧିକ ରାସ୍ତାରେ ପାଦଥାପି ଅନେକ ଲୋକ ଜେଲର ଚାରି କାନ୍ଥ ଭିତରେ ଜୀବନ କାଟୁଛନ୍ତି। ତଥାପି ଆଜିବି ଆନେକ ଲୋକ ସୁଧୁରିବାରେ ନାଁ ନେଉନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ।
ହନୁମାନ ପଇସା ନେଣଦେଣକୁ କେନ୍ଦ୍ର କରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ ୬ଜଣକୁ ଥାନାରେ ଅଟକ ରଖିଛି । ସୂଚନା ଅନୁସାରେ ହନୁମାନ ପଇସାକୁ କେନ୍ଦ୍ର କରି କାଣ୍ଡଗରଡି ପଞ୍ଚାୟତ ମଧୁପୁର ଗାଁର ଜଣେ ବ୍ୟକ୍ତିକୁ ୫ଜଣ ଅପହରଣ କରି ପରିବାର ଲୋକଙ୍କୁ ୫ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ପୋଲିସ ପାଖରେ ଅଭିଯୋଗ ପହଁଚିବା ପରେ ପୋଲିସ ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ସମେତ ୬ଜଣକୁ ଧରି ଥାନାକୁ ଆଣି ପଚରାଉଚରା ଜାରି ରଖିଛି ।
ଚାନ୍ଦାବଲି ଓ ମତୋ ପୋଲିସ ଦିଗଛିଆ , ଉଗ୍ରତରା ଓ ମତୋ ଅଂଚଳରେ ଛାପା ମାରି ୬ଜଣକୁ ଧରିବାରେ ସଫଳ ହୋଇଛି । ତେବେ ଏହି ହନୁମାସ ପଇସା ରାକେଟରେ ଆହୁରି ଅନେକ ବ୍ୟକ୍ତି ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ।ତେବେ ଏହି ଘଟଣାରେ ନାଲଗୁଣ୍ଡା ପଞ୍ଚାୟତର ଜଣେ ରାଜନେତାଙ୍କ ପୁଅ ମୁଖ୍ୟ ବୋଲି କୁହାଯାଉଛି ।

ପୂର୍ବରୁ ଅର୍ଥାତ ଅଗଷ୍ଟ ୨୧ ତାରିଖରେ ଦେବଗଡ ପୋଲିସ ପକ୍ଷରୁ ହନୁମାନ ପଇସା କାରବାର କରୁଥିବା ଏକ ରାକେଟକୁ ଠାବ କରାଯିବା ସହ ତିନି ଜଣଙ୍କୁ ଗିରଫ କରାଯାଇଥିଲା । ପୋଲିସ ସେମାନଙ୍କ ଠାରୁ ଦୁଇଟି ହନୁମାନ ପଇସା , ଦୁଇଟି ମଟରସାଇକେଲ ସହ ନଗଦ ଏକ ଲକ୍ଷ ଟଙ୍କା ଜବତ କରିଥିଲା।

Leave a comment