ଶନିବାର ଦିନ ହନୁମାନ ଚାଳିଶା ରେ କରନ୍ତୁ ଏହି ଉପାୟ:ସୁଖ ସମୃଦ୍ଧି ସହିତ ପାଇବେ ନିରୋଗୀ ଜୀବନ
ମହାବୀର ହନୁମାନ ହେଉଛନ୍ତି ସର୍ବ କଷ୍ଟ ଓ ଦୁଃଖ ନିବାରକ । ତାଙ୍କୁ ଯିଏ ବିଧି ବିଧାନ ଅନୁସାରେ ପୂଜା କରିଥାଏ ତାର ସମସ୍ତ ଦୁଃଖ ଦୂର ହୋଇଥାଏ । ମହାବୀର ହେଉଛନ୍ତି ଭଗବାନ୍ ଶିବ ଙ୍କ ଅଂଶ, ମହାବୀର ହେଉଛନ୍ତି ଅଜେୟ ଓ ଅମର , ତାଙ୍କର ଆଶୀର୍ବାଦ ପାଇଲେ ଜୀବନ ର ସମସ୍ତ ସଙ୍କଟ ଦୂର ହୋଇଥାଏ । ସେହିଭଳି ହନୁମାନ ଚାଳିଶା ର ମଧ୍ୟ ଖୁବ୍ ପ୍ରଭାବ ରହିଛି ।
ଯଦି ଆପଣ ଏହାକୁ ବିଧିବିଧାନ ଅନୁସାରେ ପାଠ କରିବେ ତେବେ ଜୀବନ ରେ ଅନେକ କଷ୍ଟ ରୁ ଦୂରେଇ ରହିବେ। * ଗ୍ରହ କ୍ଳେଶ ଦୁର କରିବା ପାଇଁ ହନୁମାନ ଚାଳିଶା – ଯଦି ଆପଣ ଙ୍କ ର ଗ୍ରହ କ୍ଳେଶ ରହୁଛି ତେବେ ଶନିବାର ଦିନ ହନୁମାନ ମନ୍ଦିର ଯାଇ ଗୁଡ ଓ ଚଣା ଅର୍ପଣ କରନ୍ତୁ । ଏହାଛଡା ସକାଳେ ଓ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରନ୍ତୁ, ପାଠ କରିବା ସମୟ ରେ ନିଜ ର ଧ୍ୟାନ କୁ ମହାବୀର ଙ୍କ ନିକଟରେ ରଖନ୍ତୁ । * ଶନି ଗ୍ରହ ଙ୍କ ପ୍ରଭାବ ରୁ ଦୂରେଇ ରଖିଥାଏ ହନୁମାନ ଚାଳିଶା- ଶନି ଦୋଷ ରୁ ମୁକ୍ତି ପାଇବା ପାଇଁ ଶନିବାର ଓ ମଙ୍ଗଳ ବାର ଦିନ ହନୁମାନ ମନ୍ଦିର ଯାଆନ୍ତୁ ।
ଶନି ଦେବଙ୍କ ପ୍ରଭାବରୁ ରକ୍ଷା ପାଇବା ପାଇଁ ଶନିବାର ଦିନ ହନୁମାନ ଚାଳିଶା ଓ ସୁନ୍ଦରା କାଣ୍ଡ ପାଠ କରନ୍ତୁ । ଏପରି କରିବା ଦ୍ବାରା ଶନି ଦେବଙ୍କ ପ୍ରଭାବରୁ ମୁକ୍ତ ରହିବେ । * ଶରୀର କଷ୍ଟ ଦୂର କରିବା ପାଇଁ କରନ୍ତୁ ହନୁମାନ ଚାଳିଶା ପାଠ- ଯଦି ଆପଣ ଶାରିରୀକ କଷ୍ଟ କିମ୍ବା ମାନସିକ କଷ୍ଟ ରେ ରହୁଛନ୍ତି ତେବେ ପ୍ରତି ଶନିବାର ଓ ମଙ୍ଗଳବାର ଦିନ ହନୁମାନ ଚାଳିଶା ର ପଂକ୍ତି ସଙ୍କଟ ମିଟେ ସର୍ବ ପିରା ଯୋ ସୁମିରାଇ ହନୁମତ ବଲବିରା ଏହାକୁ ପାଠ କରନ୍ତୁ । ଏହାଛଡା ହନୁମାନ ଅସ୍ଟକ ପାଠ କରନ୍ତୁ ।
* ବନ୍ଧନ ମୁକ୍ତ ପାଇଁ ହନୁମାନ ଚାଳିଶା ପାଠ- ଯଦି କୌଣସି ବ୍ୟକ୍ତି ୧୦୦ ଥର ହନୁମାନ ଚାଳିଶା ପାଠ କରିଥାଏ ତାକୁ ସମସ୍ତ ପ୍ରକାର ବନ୍ଧନ ରୁ ମୁକ୍ତି ମିଳିଥାଏ । ଯେପରିକି ରୋଗ, ଦୁଃଖ, କଷ୍ଟ ଯେ କୌଣସି ବନ୍ଧନ ହୋଇଥାଏ । ତେଣୁ ହନୁମାନ ଚାଳିଶା ରେ ଲେଖା ଯାଇଛି ଜୋ ଶତ ଵାର ପାଠ କରେ ସୋଇ ଛୁଟାଇ ବନ୍ଦୀ ମହାସୁଖ ପାଇ ।