ଆଜି ମଙ୍ଗଳବାର ପାଠ କରନ୍ତୁ ଏହି ଚମତ୍କାର ମନ୍ତ୍ର,ମିଲବ ଏହି ୬ଟି ଲାଭ

0

ଆଜି ହେଉଛି ମଙ୍ଗଳବାର, ପବନପୁତ୍ର ହନୁମାନଙ୍କ ବାର l ଆଜିର ଦିନରେ ଚମତ୍କାରୀ ବଜରଙ୍ଗ ବାଣ ପାଠ କରିବା ଖୁବ ଚମତ୍କାରୀ ଅଟେ l ଆଜି ସକାଳୁ ସ୍ନାନ ସାରି ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପିତ କରି ହନୁମାନଙ୍କୁ ପୂଜା କରନ୍ତୁ l ହନୁମାନଙ୍କୁ ନାଲି ମନ୍ଦାର ଫୁଲ, ରକ୍ତ ଚନ୍ଦନ, ସିନ୍ଦୁର , ଧୂପ, ଦୀପ, ଇତ୍ୟାଦି ଅର୍ପଣ କରି ହନୁମାନ ବଜରଙ୍ଗ ବାଣ ପାଠ କରନ୍ତୁ l ଆସନ୍ତୁ ଜାଣିବା ବଜରଙ୍ଗ ବାଣ ପାଠ କରିବାର ଅଦ୍ଭୁତ ଲାଭ ବିଷୟରେ l

* ଯଦି ଆପଣ ପରିଶ୍ରମ କରି ସଫଳତା ଲାଭ କରୁ ନାହାନ୍ତି କିମ୍ବା ଭାଗ୍ୟ ତୁମର ସାଙ୍ଗ ଦେଉନାହିଁ ତେବେ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ମହାବୀର ଙ୍କ ନିକଟରେ ବଜରଙ୍ଗବାଣ ପାଠ କରନ୍ତୁ l ଏହାକୁ ପାଠ କରିବା ସମୟରେ ମନରେ ଏକାଗ୍ରତା ରଖିବେ ଓ ହନୁମାନଙ୍କୁ ମନରେ ସ୍ମରଣ କରିବେ l ଏହାଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୁର୍ଣ ହେବ l

* ଯଦି ଦୀର୍ଘ ଦିନରୁ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ନିୟମିତ ବଜରଙ୍ଗବାଣ ପାଠ କରିବା ଦ୍ୱାରା ସମସ୍ତ ରୋଗ ବୈରାଗ ରୁ ମୁକ୍ତି ମିଳିଥାଏ l ତା ସହିତ ଘରର ସମସ୍ତ ନେଗେଟିଭିଟି ଦୂର ହୋଇଥାଏ l

* କିଛି ଲୋକ ଥାଆନ୍ତି ମନରେ ଅକାରଣ ରେ ଭୟ ରଖନ୍ତି l ପବନପୁତ୍ର ହନୁମାନଙ୍କୁ ମନରେ ଧ୍ୟାନ କରି ବଜରଙ୍ଗବାଣ ପାଠ କରିବା ଦ୍ୱାରା ସମସ୍ତ ଭୟ ଦୂର ହୋଇଥାଏ ଓ ମନରେ ଶକ୍ତି ଆସିଥାଏ l

* ବଜରଙ୍ଗବାଣ ପାଠ କରିବା ଦ୍ୱାରା ଶତ୍ରୁ ନାଶ ହୋଇଥାଏ l ତେଣୁ ମଙ୍ଗଳବାର ଦିନ ଏହି ଭୟ ରୁ ରକ୍ଷା ପାଇବା ପାଇଁ ସସକାଳୁ ମହାବୀର ଙ୍କ ନିକଟରେ ନାଲି ମନ୍ଦାର ଓ ସିନ୍ଦୁର ଅର୍ପଣ କରି ବଜରଙ୍ଗବାଣ ପାଠ କରନ୍ତୁ l ଏହାଦ୍ୱାରା ମନରେ ସାହସ ଓ ଆତ୍ମବିଶ୍ୱାସ ଜାଗ୍ରତ ହେବ l

* ଯଦି ହେବାକୁ ଥିବା କାର୍ଯ୍ୟରେ ବାଧା ଉପୁଜୁଛି ଓ ସହଜରେ କାର୍ଯ୍ୟ ହୋଇ ପାରୁନାହିଁ, ତେବେ ବଜରଙ୍ଗବାଣ ପାଠ କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ସିଦ୍ଧି ଲାଭ ହୋଇଥାଏ l

* ପ୍ରତି ମଙ୍ଗଳବାର ଦିନ ବଜରଙ୍ଗବାଣ ପାଠ କରିବା ଦ୍ୱାରା ପରିବାର ର ଉନ୍ନତି ହୋଇଥାଏ l ଘରର ସୁଖ ସମୃଦ୍ଧି ପାଇଁ ମଧ୍ୟ ବଜରଙ୍ଗବାଣ ନିହାତି ପାଠ କରିବା ଉଚିତ l

* ଯଦି ସନ୍ତାନ ମାନଙ୍କ ଜୀବନ ରେ କୌଣସି ଅସୁବିଧା ଦେଖା ଯାଉଛି ତେବେ ପିତାମାତା ବଜରଙ୍ଗବାଣ ପାଠ କରନ୍ତୁ l ଯାହାଦ୍ୱାରା ସନ୍ତାନ ମାନଙ୍କ ଜିବନର କଷ୍ଟ ଦୂର ହେବ l

Leave a comment

You cannot copy content of this page