ମଙ୍ଗଳବାର ଦିନ ହନୁମାନଙ୍କ ନିକଟରେ କଳାସୁତା ରେ କରନ୍ତୁ ଏହି ଉପାୟ,ଦୂର ହେବ ସମସ୍ତ ସମସ୍ୟା

0

ଆଜିକାଲି ଆମେ ଅଧିକାଂଶ ମହିଳା ଓ ପୁରୁଷଙ୍କୁ ଦେଖୁଛୁ ଗୋଡ଼ରେ, ହାତରେ, ବେକରେ କଳାସୂତା ବାନ୍ଧିବାର l ଏହା କେବଳ ସାଧାରଣ ଲୋକ ନୁହନ୍ତି ବଲିଉଡ ସେଲିବ୍ରେଟି ମାନେ ମଧ୍ୟ ପିନ୍ଧି ଥାଆନ୍ତି l କିନ୍ତୁ ଏହା ଶାସ୍ତ୍ରଗତ ଦୃଷ୍ଟିରେ ଦର୍ଶାଉଛି ଯେ ଏହା ସମସ୍ତ କ୍ଷେତ୍ରରେ ଠିକ ନୁହେଁ l କିଛି ଲୋକ ଆଜିକାଲି ଷ୍ଟାଇଲ କରି ପିନ୍ଧୁଛନ୍ତି ତ ଆଉକିଛି ଲୋକ ଅନ୍ୟମାନଙ୍କ ନିକଟରୁ ଶୁଣି ପିନ୍ଧୁଛନ୍ତି l

କିନ୍ତୁ କଳାସୂତା ଗୋଡ଼ ପରିବର୍ତେ ହାତରେ ପିନ୍ଧିବା ଶୁଭ ଅଟେ l କାରଣ ହିନ୍ଦୁ ପରମ୍ପରା ଅନୁସାରେ କଳାସୂତା ଗୋଡ଼ରେ ପିନ୍ଧାଯାଇ ନଥାଏ, ଏହାକୁ କେବଳ ହାତରେ ଧାରଣ କରାଯାଇ ଥାଏ l ଏହା ପଛରେ ବିଶେଷ ଶାସ୍ତ୍ରଗତ କାରଣ ରହିଛି l

* ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ କଳାସୂତା ହାତରେ ବାନ୍ଧିବା ଦ୍ୱାରା ଆର୍ଥିକ ଲାଭ ମିଳିଥାଏ l ମଙ୍ଗବାର ଦିନ ଡାହାଣ ହାତରେ କଳାସୂତା ଧାରଣ କରିବା ଦ୍ୱାରା ଆର୍ଥିକ ଲାଭ ହୋଇଥାଏ l ଏହିଦିନ ହନୁମାନ ଅଷ୍ଟକ ପାଠ କରି ଏହି କଳାସୂତା କୁ ନିଜ ଡାହାଣ ହାତରେ ଧାରଣ କରନ୍ତୁ l

* ଯେବେବି ଆପଣ କଳାସୂତା ଧାରଣ କରୁଛନ୍ତି ବିଶେଷ ମନ୍ତ୍ର ଉଚ୍ଚାରଣ ସନିଦେବ ଙ୍କ ନିକଟରେ ଧାରଣ କରିବା ଆବଶ୍ୟକ l ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l ଏହି ସମୟରେ ଶନି ଦେବଙ୍କ ମନ୍ତ୍ର ୨୧ ଥର ପାଠ କରିବା ଆବଶ୍ୟକ l

* ଘର ଓ ପରିବାରକୁ ଖରାପ ଶକ୍ତି ଠାରୁ ଦୁରେଇ ରଖିବା ପାଇଁ ଘରର ମୁଖ୍ୟ ଦ୍ୱାରରେ କଳାସୂତା ରେ ଲେମ୍ବୁ ସହିତ ବାନ୍ଧନ୍ତୁ l

* ଶାସ୍ତ୍ର ଅନୁସାରେ ଯଦି ଘରେ କେହି ରୋଗରେ ପୀଡିତ ଅଛନ୍ତି ତେବେ ମଙ୍ଗଳବାର ଦିନ କଳାସୂତା ରେ ହନୁମାନଙ୍କ ସିନ୍ଦୁର ଲଗାଇ ଗଳାରେ ଧାରଣ କରିବା ଆବଶ୍ୟକ l ଏହାଦ୍ୱାରା ରୋଗ ବୈରାଗ ଦୂର ହୋଇ ଯାଇଥାଏ l

* ବ୍ୟବସାୟ ରେ ଉନ୍ନତି ପାଇଁ କଳାସୂତା ରେ ହନୁମାନଙ୍କ ତୁଳସୀ ବାନ୍ଧି ଓଂ ହନୁମତୟେ ନମଃ ମନ୍ତ୍ରଟି କୁ ଉଚ୍ଚାରଣ କରି ନିଜ ବ୍ୟବସାୟ ପ୍ରତିଷ୍ଠାନ ର ମୁଖ୍ୟ ଦ୍ୱାରରେ ଲାଗନ୍ତି ଏହାଦ୍ୱାରା ବ୍ୟବସାୟ ରେ ଉନ୍ନତି ହେବ l

* ଛୋଟ ଛୁଆ ଙ୍କୁ ଖରାପ ଦୃଷ୍ଟିରୁ ରକ୍ଷା କରିବା ପାଇଁ ତାଙ୍କ ବେକରେ କଳାସୂତା କୁ ହନୁମାନ ମନ୍ଦିରରେ ମନ୍ତ୍ରୀତ କରି ପିନ୍ଧାଇ ଦିଅନ୍ତୁ l

Leave a comment