ଚିନ୍ତା ବଢ଼ାଇଲାଣି ‘ଏଚ୍୩ଏନ୍୨’ ଭୂତାଣୁ, ଦେଶରେ ୨ଜଣ ମୃତ୍ୟୁ

0

ଚିନ୍ତା ବଢ଼ାଉଛି ଥଣ୍ଡା, ଜ୍ୱର ଓ କାଶ । ବିଭିନ୍ନ ରାଜ୍ୟରେ ‘ଇନଫ୍ଲୁୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ଏସବୁ ଭିତରେ ଏହି ଭୂତାଣୁରେ ଦେଶରେ ୨ଜଣଙ୍କର ମୃତ୍ୟୁ ହେବା ଖବର ଭୟକୁ ଆହୁରି ବଢ଼ାଇ ଦେଇଛି ।

କରୋନା ମହାମାରୀ ପରେ ଦେଶରେ ଏବେ ଚିନ୍ତା ବଢ଼ାଇଛି ଥଣ୍ଡା, ଜ୍ୱର, କାଶ । ଆଉ ଏହାର କାରଣ ହେଉଛି ଏଚ୩ଏନ୨ ଭୂତାଣୁ । ଅନେକ ରାଜ୍ୟରେ ‘ଇନଫ୍ଲୁୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁରେ ଲୋକେ ଆକ୍ରାନ୍ତ ହେବା ସହ ହସ୍ପିଟାଲରେ ଭର୍ତି ହେଉଛନ୍ତି । ଏହା ଅଧିକ ସଂକ୍ରାମକ ହୋଇଥିବାରୁ ରୋଗୀଙ୍କ ସଂଖ୍ୟା ବଢ଼ିବ ବୋଲି ସତର୍କ କରିଛି ଆଇସିଏମଆର । ଏହି ଭୂତାଣୁରେ ଦେଶରେ ପ୍ରଥମ ମୃତ୍ୟୁ ହେବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । କର୍ଣ୍ଣାଟକରେ ଜଣେ ୮୨ ବର୍ଷର ବୃଦ୍ଧ ଓ ହରିୟାଣାରେ ଜଣଙ୍କ ମୃତ୍ୟୁ ପରେ ସତର୍କ ଘଣ୍ଟି ବାଜିଛି ।

ସାଧାରଣ ସିଜିନାଲ୍ ଫ୍ଲୁ ବୋଲି ଲକ୍ଷଣ ରହୁଥିବା ବେଳେ ଦୀର୍ଘ ଦିନ ଧରି ଲୋକେ ଏଥିରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି ।

Leave a comment