ଜେଲରୁ ମୁକୁଳିଲେ ଆତ୍ମଘୋଷିତ ବାବା ଗୁରୁମିତ ରାମ ରହିମ
ଜେଲରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ପ୍ରମୁଖ ତଥା ଆତ୍ମଘୋଷିତ ବାବା ଦୁଷ୍କର୍ମକାରୀ ଗୁରୁମିତ ରାମ ରହିମ । ଗୁରୁମିତ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ ଓ ଗୋଟିଏ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ଏବେ ତାକୁ ୨୧ ଦିନ ପାଇଁ ଜେଲରୁ ଛୁଟି ମିଳିଛି । ଏହି ପାରୋଲ ସମୟରେ ସେ ୟୁପିର ବାଗପତ ଜିଲ୍ଲା ସ୍ଥିତ ବରନାଓ୍ଵା ଆଶ୍ରମରେ ରହିବେ । ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୨୦୧୭ରେ ଦଣ୍ଡାଦେଶ ଶୁଣାଯାଇଥିଲା ।
ରାମ ରହିମକୁ ସୁନାରିୟା ଜେଲରୁ ପାଖାପାଖି ୧.୪୫ ମିନିଟରେ କଡ଼ା ସୁରକ୍ଷା ବଳୟ ମଧ୍ୟରୁ ଜେଲରୁ ବାହାର କରାଯାଇଛି । ଏହାପରେ ଉତ୍ତରପ୍ରଦେଶ ଆଶ୍ରମକୁ ନିଆଯାଇଛି ।
ହାପୂର୍ବରୁ ଚଳିତ ବର୍ଷ ଫେବୃଆରୀରେ ତାକୁ ୩ ସପ୍ତାହର ପାରୋଲ ମିଳିଥିଲା । ସେହିପରି ଜାନୁଆରୀ ମାସରେ ସେ ୪୦ ଦିନ ଜେଲ ବାହାରେ ରହିଥିଲା । ଗତବର୍ଷ ଅକ୍ଟୋବରରେ ମଧ୍ୟ ତାକୁ ପାରୋଲରେ ଛଡ଼ା ଯାଇଥିଲା । ସେତେବେଳେ ମଧ୍ୟ ସେ ୪୦ ଦିନ ପାଇଁ ଜେଲରୁ ବାହାରିଥିଲା । ବାରମ୍ବାର ଜେଲରୁ ଗୁରୁମିତକୁ ଛଡ଼ା ଯାଉଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଥିଲା ।