ଗୁଣୁପୁର ଫାଷ୍ଟ ପାସେଞ୍ଜର ଦୁର୍ଘଟଣା
ଓଡିଶା ଫାଷ୍ଟ( ବ୍ୟୁରୋ):ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ୍ର ଇଞ୍ଜିନ ଗତକାଲି ରାତିରେ ଗୁଣୁପୁର ଷ୍ଟେସନ ପାଖରେ ଏକ ଡେଡ୍ ଲାଇନକୁ ଧକ୍କା ଦେଇଛି। ତେବେ ଏଥିରେ କେହି ଆହତ ହୋଇନାହାନ୍ତି। ଆଉ ଏକ ଇଞ୍ଜିନ ଆସି ଲାଗିବା ପରେ ଟ୍ରେନ୍ଟି ବିଳମ୍ବିତ ରାତିରେ ପଲାସା ଅଭିମୁଖେ ଯାଇଥିଲା।
ଫଳରେ ଗାର୍ଡୱାଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଟ୍ରେନର ଗତି ମନ୍ଥର ଥିବାରୁ ଗାଡ଼ି ଚାଳକ ଟ୍ରେନ ଅଟକାଇ ଦେବାରେ ସମର୍ଥ ହୋଇଥିଲେ । ଫଳରେ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଲୋକେ । ଦୁର୍ଘଟଣା ପରେ ରେଳ ଚଳାଚଳ ସ୍ୱାଭାବିକ ରହିଛି।