ନିର୍ବାଚନ ପାଇଁ ଛୋଟ ଛୋଟ ସମାବେଶକୁ ଅନୁମତି, ପଢ଼ନ୍ତୁ ଏସଆରସି ଗାଇଡଲାଇନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଜାରିହେଲା ଗାଇଡଲାଇନ । ଗତକାଲି ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଆଜି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଥିବାରୁ ଏସଆରସି ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି ।
ଗାଇଡଲାଇନ ଗୁଡିକ ହେଲା:
* ପଞ୍ଚାୟତ ନିର୍ବାଚନ ପ୍ରଚାର ସମୟରେ ସର୍ବାଧିକ ୧୦୦ ଜଣଙ୍କୁ ନେଇ ଛୋଟ ଛୋଟ ରାଜନୈତିକ ସମାବେଶ ହୋଇପାରିବ।
* ଇଣ୍ଡୋର ହଲରେ କ୍ଷମତାର ୫୦% ଲୋକଙ୍କୁ ଉପସ୍ଥିତ ପାଇଁ ଅନୁମତିରେ ସମାବେଶ ରହିଛି।
* ବାଇକ ଏବଂ ସାଇକେଲ ଶୋଭାଯାତ୍ରା ମନା ।
* ବଡଧରଣର ସମାବେଶ ଉପରେ କଟକଣା ।
* ପ୍ରାର୍ଥୀମାନେ ସର୍ବାଧିକ ୫ ଜଣଙ୍କୁ ନେଇ କରିପାରିବେ ଘରକୁ ଘର ପ୍ରଚାର ।
* ଡିଜିଟାଲ ପ୍ରଚାରକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ।
* ଗଣତି କେନ୍ଦ୍ର ଆଗରେ ଏକାଠି ହେବାକୁ ବାରଣ କରାଯିବା ସହ ବିଜୟ ଶୋଭାଯାତ୍ରାରେ ମଧ୍ୟ କଟକଣା ଲାଗାଯାଇଛି ।
* ଭୋଟର ସହିତ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ ସମସ୍ତେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି ।
* ନିର୍ବାଚନ ପରିଚାଳନାରେ ଅଂଶଗ୍ରହ କରୁଥିବା ବ୍ୟକ୍ତି ଡବଲ୍ ଡୋଜ୍ ଟିକା ନେବେ ।
* ସୁରକ୍ଷା ବ୍ୟବସ୍ଥାରେ ଥିବା କୌଣସି ପୁଲିସଙ୍କର ଯଦି ସାମାନ୍ୟ ଲକ୍ଷଣ ଥାଏ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦିଆଯିବ ।
* ଭୋଟ ଦାନ କେନ୍ଦ୍ରକୁ ସାନିଟାଇଜ୍ କରାଯିବା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ।
*ନାମାଙ୍କନ ସମୟରେ ପ୍ରାର୍ଥୀଙ୍କ ସହିତ କେବଳ ଜଣେ ନାମାଙ୍କନ ଦାଖଲ କରିବାକୁ ଯାଇପାରିବେ ।