ଭ୍ୟାକ୍ସିନ ଉପରେ ଲାଗିବ ୫ ପ୍ରତିଶତ ଜିଏସଟି

0

(ଓଡ଼ିଶାଫାଷ୍ଟ ବ୍ୟୁରୋ): ଘରୋଇ ହସ୍ପିଟାଲ୍‌ ପାଇଁ କରୋନା ଭ୍ୟାକ୍ସିନର ଦର ଧାର୍ଯ୍ୟ କରିଛନ୍ତି ସରକାର । କୋଭିସିଲ୍ଡ ଡୋଜ୍‌ ପିଛା ୭୮୦ ଟଙ୍କା ରହିଥିବା ବେଳେ କୋଭାକ୍ସିନର ଦାମ ସର୍ବାଧିକ ୧୪୧୦ ଟଙ୍କା ରହିଛି । ସେହିପରି ସ୍ପୁଟନିକ-ଭିର ଦାମ ଘରୋଇ ହସ୍ପିଟାଲ୍‌ ପାଇଁ ଡୋଜ ପିଛା ୧୧୪୫ ଟଙ୍କା ଧାର୍ଯ୍ୟ ରହିଛି । ଏସବୁ ଭ୍ୟାକ୍ସିନ ଉପରେ ସରକାର ଜିଏସଟି ଲାଗୁ କରିଛନ୍ତି । ପ୍ରତି ଡୋଜ୍‌ ପିଛା ୫ ପ୍ରତିଶତ ଜିଏସଟି ନିଆଯିବ । ଏହାସହ ସବୁ ଭ୍ୟାକ୍ସିନ ଉପରେ ଡୋଜ୍‌ ପ୍ରତି ୧୫୦ ଟଙ୍କା ସର୍ଭିସ୍‌ ଚାର୍ଜ ଲାଗୁ କରାଯିବ ।

Leave a comment