ବଢୁଛି କରୋନା: ବିମାନବନ୍ଦର ଓ ଷ୍ଟେସନରେ ଚେକିଂକୁ କଡ଼ାକରି କରିବାକୁ ନିର୍ଦେଶ

0

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ରୋକିବାକୁ ତ୍ଵରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ।

ବିଭିନ୍ନ ବିମାନବନ୍ଦର ଓ ରେଳ ଷ୍ଟେସନରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଦିଲ୍ଲୀ ଓ ଅନ୍ୟ ରାଜ୍ୟମାନଙ୍କରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାକୁ ବିମାନ ଓ ରେଳପଥରେ ଅନେକ ଯାତ୍ରୀ ଫେରୁଛନ୍ତି । ତେଣୁ ବିମାନବନ୍ଦର ଓ ଷ୍ଟେସନରେ ଚେକିଂକୁ କଡ଼ାକରି କରିବାକୁ ନିର୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ।

Leave a comment