ଆଖି ପାଇଁ ଅଙ୍ଗୁର

0

ଗାଁ ହେଉକି ସହର ଆଜିକାଲି ବର୍ଷ ତମାମ ଅଙ୍ଗୁର କୋଳି ଆମ ହାତ ପାହାଁନ୍ତାରେ ମିଳୁଛି । ଏହା କେବଳ ପାଟିକୁ ସୁସ୍ୱାଦୁ ଲାଗି ନଥାଏ, ଏହାର ଅନେକ ସ୍ୱାସ୍ଥ୍ୟପ୍ରଦ ଗୁଣ ମଧ୍ୟ ରହିଛି ।

ଶରୀରରେ ଦୀର୍ଘ ଦିନ ଧରି ଲାଗିରହିଥିବା ପ୍ରଦାହ ବା ଜଳାପୋଢ଼ା କୁ ଏହା ଦୂର କରିଦେଇଥାଏ । ଏଥିରେ ଥିବା ପ୍ଲେଭନଏଡ଼ସ ଓ ପ୍ରୋଆନ୍ଥୋସିଆନିଡ଼ିନସ ପରି ରାସାୟନିକ ଯୌଗିକ ହେଉଛି ପ୍ରଦାହ ବିରୋଧୀ । ତେଣୁ ଜଳା ପୋଢ଼ା କମାଇବା ପାଇଁ କୌଣସି ସିନ୍ଥେଟିକ୍ସ ଔଷଧ ବ୍ୟବହାର କରିବା ଅପେକ୍ଷା ପ୍ରତ୍ୟେହ ସକାଳେ ଜଳଖିଆ ସହିତ କିଛି ଅଙ୍ଗୁର କୋଳି ଖାଇଲେ ଏହା ଭଲ କାମ ଦେବ ।

ସେହିପରି ଅଙ୍ଗୁରର କର୍କଟ ପ୍ରତିରୋଧକ ଶକ୍ତି ମଧ୍ୟ ରହିଛି । ଏଥିରେ ଥିବା ରେଜଭରେଟଲ ନାମକ ଆଣ୍ଟିଅକ୍ସିଡ଼ାଣ୍ଟ କର୍କଟ କୋଷର ବୃଦ୍ଧିକୁ ରୋକିବା ସହ ଶରୀରର ଅନ୍ୟଅଙ୍ଗକୁ ତାହାର ସମ୍ପ୍ରସାରଣକୁ ପ୍ରତିରୋଧ କରିଥାଏ ।

ଆମ ଚକ୍ଷୁର ସୁରକ୍ଷା ପାଇଁ ଅଙ୍ଗୁର କୋଳି ଅନ୍ୟତମ ଢ଼ାଲ ସଦୃଶ୍ୟ କାମ କରିଥାଏ । ଆଖିର ଶୁକ୍ଷ୍ମକୋଷ ଗୁଡ଼ିକୁ ନଷ୍ଟ କରୁଥିବା ଅତିବାଇଗଣୀ ରଶ୍ମି ଦାଉରୁ ଅଙ୍ଗୁର କୋଳିରେ ଥିବା ଲୁଟିନ ଓ ଜିଆକ୍ସାନ୍ଥିନ୍ ନାମକ ଯୌଗିକ ଆମ ଆଖିକୁ କମ୍ପୁଟର ଓ ଟାବଲେଟ ମୋବାଇଲ ଆଦିରୁ ଆସୁଥିବା ନୀଳ ଆଲୋକରୁ ବଞ୍ଚାଏ ।

ଏଥି ସହିତ ଅଙ୍ଗୁର କୋଳି ମଧ୍ୟ ଶିଘ୍ର ବାର୍ଦ୍ଧକ୍ୟ ହେବା ପ୍ରକି୍ରୟାକୁ ମନ୍ଥର କରିଥାଏ । ଫଳରେ ନିୟମିତ ଅଙ୍ଗୁର କୋଳି ଗ୍ରହଣ କରୁଥିବା ବ୍ୟକ୍ତି ଦୀର୍ଘ ଦିନ ଯାଏ ଯୁବସୁଲଭ ରହିଥାଏ ।

ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ ହେଲା, ଏହା ଆମର ଜୀର୍ଣ୍ଣକ୍ରିୟାକୁ ସହଜ କରିଦେଇଥାଏ । ଏଥିରେ ଭରପୂର ଥିବା ଜଳୀୟ ଅଂଶ ଓ ତନ୍ତୁ ଆମ ଶରୀରକୁ ଆର୍ଦ୍ର ରଖିବା ସହ ଅନ୍ତନାଳୀରେ ଖାଦ୍ୟପଦାର୍ଥର ସ୍ରୋତକୁ ସୁଗମ କରିଥାଏ । ଫଳରେ କୋଷ୍ଠକାଠିନ୍ୟର ଆଶଙ୍କା ହ୍ରାସ ପାଏ ।

Leave a comment