ସରକାରକୁ ଟାର୍ଗେଟ କଲେ ରେଳମନ୍ତ୍ରୀ, ମରାମତି କାରଖାନା ପାଇଁ ରାଜ୍ୟ କାହିଁକି ଯୋଗାଉଦେଉନି ଜମି କହି ବର୍ଷିଲେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ଜିଲ୍ଲାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୁଇ ଦିନିଆ ଆଶିର୍ବାଦ ଯାତ୍ରାକୁ ଭବ୍ୟ ସମ୍ବର୍ଦ୍ଧନା ମଳିଛି । ଭବାନୀପାଟଣା ଠାରେ ମାଁ ମାଣିକେଶ୍ଵରୀଙ୍କ ଦର୍ଶନ ପରେ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିଥିଲେ । କଳାହାଣ୍ଡି ଜିଲ୍ଲାରେ ଜନ ଆଶିର୍ବାଦ ଯାତ୍ରା ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକ ସମ୍ବର୍ଦ୍ଧନା ଦେବା ସହ ଜିଲ୍ଲାର ରେଳ ବିକାଶ ପାଇଁ ଦାବୀ ଉପସ୍ଥାପନ କରିଛନ୍ତି ।
ପ୍ରଥମ ଦିନରେ ଆମପାଣି ବୁଢାରାଜା ମନ୍ଦିରରେ ପୁଜାର୍ଚନା ପରେ ଜୁନାଗଡ ଠାରେ ବୁଦ୍ଧିଜୀବୀ ସମ୍ମିଳନୀ, ବାନ୍ଦୋପଲ୍ଲା ଠାରେ ଆଦିବାସୀ ଙ୍କ ସହ ଆଲୋଚନା କରିଥିଲେ । ପରେ ଭବାନୀପାଟଣା ସହର ପରିକ୍ରମା ସଙ୍ଗେ ବୁଦ୍ଧିଜୀବୀ ଓ କର୍ମୀ ସମ୍ମିଳନୀରେ ଯୋଗଦାନ କରିଥିଲେ । ଦ୍ବିତୀୟ ଦିନରେ ପ୍ରାତଃ ମାଆ ମାଣିକେଶ୍ଵରୀଙ୍କ ଦର୍ଶନ ପରେ କେସିଙ୍ଗା ଠାରେ ସମ୍ବର୍ଦ୍ଧନା ସଭା ସାରି ଟିଟଲାଗଡ ଯାତ୍ରା କରିଛନ୍ତି ।
ଏହି ଗସ୍ତ ସମୟରେ ସାଧାରଣ ଲୋକ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ଜିଲ୍ଲାର ରେଳ ବିକାଶର ଦାବି ଉପସ୍ଥାପନ କରିଥଲେ । ନର୍ଲାରେ ରେଳଡବା ମରାମତି କାରଖାନା ପାଇଁ କେନ୍ଦ୍ର ପ୍ରତିଶୃତିବଦ୍ଧ ଥିବା ବେଳେ ରାଜ୍ୟ ସରକାର ଜମି ଯୋଗାଇବା ଦାୟିତ୍ଵ ବୋଲି ରାଜ୍ୟ ସରକାର କୁ ଟାର୍ଗେଟ କରିଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନମ୍ର ଓ ସରଳ ବ୍ୟବହାରରେ ବିଜେପି କର୍ମି ସହ ସାଧାରଣଲୋକ ଆକର୍ଷିତ ହୋଇଥିଲେ ।
ଭବାନୀପାଟଣା ସହର ପରିକ୍ରମା ସମୟ ରେ ପୁରୁଣା ସିନେମା ହଲ୍ ନିକଟ ଚା ଦୋକାନରେ ଚା ପିଇଥିଲେ । ସେହିପରି ମହିଳା କର୍ମୀଙ୍କ ରାକ୍ଷୀକୁ ଗ୍ରହଣ କରିଥିଲେ । ବିଶେଷ କରି ନର୍ଲା ଠାରେ ରେଳଡବା ମରାମତି କାରଖାନା, ଜୁନାଗଡ – ନବରଂଗପୁର ରେଳପଥ, ଜୁନାଗଡରୁ ଛତିଶଗଡ ଆମ୍ବାଗୁଡା ରେଳପଥ ସଂପ୍ରସାରଣ ଦାବି ପୁରଣ ପାଇଁ ବୁଦ୍ଧିଜୀବୀ ସମ୍ମିଳନୀରେ ଦାବି କରାଯାଇଥିଲା ।
ଯାହାକୁ ପୁରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କେନ୍ଦ୍ର ରେଳମନ୍ତ୍ରୀଙ୍କ ଜନଆଶିର୍ଵାଦ ଯାତ୍ରା ମାଧ୍ୟମରେ ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିଛି । ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅସୁସ୍ଥତା କାରଣରୁ ଅନୁପସ୍ଥିତି ଏହି ଗସ୍ତ ସମୟରେ ଆନୁଭବ ହୋଇଥିଲା । ତେବେ ଜିଲ୍ଲା ବିଜେପିରେ ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରଭାବ ଅଧିକା ଅନୁଭବ ହୋଇଥିଲା।