ଋଷି କୁମାର ଶୁକ୍ଳା ହେଲେ ସିବିଆଇ ମୁଖ୍ୟ, ମୋଦିଙ୍କୁ ଅସହମତି ଚିଠି ଲେଖିଲେ ବରିଷ୍ଠ କଂଗ୍ରେସ ନେତା ଖଡଗେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା (ସିବିଆଇ) ମୁଖ୍ୟ ପଦବୀ ପାଇଁ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱାର ସିଲେକ୍ସନ କମିଟି ବୈଠକରେ ଋଷି କୁମାର ଶୁକ୍ଳାଙ୍କୁ ପରବର୍ତ୍ତୀ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତ କରାଯିଵାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବତନ ମଧ୍ୟପ୍ରଦେଶ ଡିଜିପି ଶୁକ୍ଳା ୧୯୮୩ ବ୍ୟାଚର ଆଇପିଏସ ଅଧିକାରୀ । ଆଗାମୀ ଦୁଇବର୍ଷ ପାଇଁ ସେ ଏହି ପଦବୀରେ ରହିବେ । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ହାଇପାୱାର ସିଲେକ୍ସନ କମିଟିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଓ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ରହିଥିଲେ । ତେବେ ସିବିଆଇ ମୁଖ୍ୟ ଭାବେ ଶୁକ୍ଳାଙ୍କୁ ନିଯୁକ୍ତି ଦିଆଯିବାକୁ ‌ନେଇ ଆପତ୍ତି ଉଠାଇଛନ୍ତି ଖାଡ଼ଗେ । ପ୍ରଥମ ଦିନରୁ ସେ ନୂଆ ସିବିଆଇ ମୁଖ୍ୟଙ୍କୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଅସହମତି ଚିଠି ଲେଖିଛନ୍ତି ।

ସୂଚନାଯୋଗ୍ୟ, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ସରକାର ତାଙ୍କ ପଦବୀରୁ ହଟାଇ ଦେଇଥିଲେ । ସିବିଆଇର ଉପନିର୍ଦ୍ଦେଶକ ରାକେଶ ଆସ୍ଥାନା ଆଲୋକଙ୍କ ନାଁରେ ଭ୍ରଷ୍ଟାଚାର ଆରୋପ ଲଗାଇଥିଲେ । ଯାହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା ।

Leave a comment