କଣ୍ଟାବାଞ୍ଝି ଏଡିଜେ କୋର୍ଟରେ ହେଲେ ଗୋବିନ୍ଦ ଏବଂ ରାଧେ

ମମିତା ହତ୍ୟା ଘଟଣା

0

କଣ୍ଟାବାଞ୍ଝି (ଓଡ଼ିଶା ଫାଷ୍ଟ ବ୍ୟୁରୋ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ କଣ୍ଟାବାଞ୍ଝି ଏଡିଜେ କୋର୍ଟରେ ହାଜର ହେଲେ ଦୁଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ରାଧେ ଚଣ୍ଡୀ । ଗତ ଏପ୍ରିଲ ୫ ରେ ସାଇଣ୍ଟିଫିକ ଟେଷ୍ଟିଙ୍ଗ ରିପୋର୍ଟ ମିଳିନଥିବା ନେଇ ଏକ ପିଟିସନ୍ ଫାଇଲ କରିଥିଲେ ଗୋବିନ୍ଦଙ୍କ ଓକିଲ । ଏହା ଉପରେ ଶୁଣାଣି ପାଇଁ ଆଜି କୋର୍ଟରେ ହାଜର ହୋଇଥିଲେ ଉଭୟ।

ତେବେ ଗ୍ରୀଷ୍ମ ପ୍ରବାହ ଯୋଗୁ କଣ୍ଟାବାଞ୍ଜି ବାର ଆସୋସିଏନସନ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଥିଲା । ତେଣୁ ଆଜି ମାମଲାର ଶୁଣାଣି ହୋଇପାରିନି । ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ ହୋଇନାହିଁ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ଅମରେନ୍ଦ୍ର ମିଶ୍ର ସରକାରୀ ଓକିଲ ଭାବରେ ନିଯୁକ୍ତ ହୋଇଛନ୍ତି ।

Leave a comment