ରାମ ମୂର୍ତ୍ତି ଦେବୀଙ୍କ ଶୋକସନ୍ତାପ୍ତ ପରିବାରକୁ ସମବେଦନା ଜଣାଇଲେ ରାଜ୍ୟପାଳ
ଓଡିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା କ୍ୟାଡର ଏଇ.ଏ.ଏସ ଅଫିସର କ୍ରିଷ୍ଣ କୁମାରଙ୍କ ମା’ ରାମ ମୂର୍ତ୍ତି ଦେବୀଙ୍କ ଶୁକ୍ରବାର ରାତି ୧:୩୦ରେ ଇହଧାମ ତ୍ୟାଗ କରିଛନ୍ତି । ରାମ ମୂର୍ତ୍ତି ଦେବୀ କିଛିଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ତାଙ୍କର ୪ଜଣ ଝିଅ ଓ ୩ ଜଣ ପୁଅ ଅଛନ୍ତି । ରାଜ୍ୟପାଳ ଶୋକସନ୍ତାପ୍ତ ପରିବାରକୁ ସମବେଦନା ଜଣାଇବାକୁ କ୍ରିଷ୍ଣ କୁମାରଙ୍କ ଘରକୁ ଯାଇଥିଲେ ।
ସୂଚନା ଅନୁଯାୟୀ, ୧୯୩୩ ମସିହା ମେ’ ୨୨ ଜନ୍ମିତ ରାମ ମୂର୍ତ୍ତି ଦେବୀ ଜଣେ ଧାର୍ମିକ ଓ ସ୍ନେହବତ୍ସଳ ବ୍ୟକ୍ତି ଥିଲେ । ସେ ନିଜ ସାନ ପୁଅଙ୍କ ପାଖରେ କ୍ରିଷ୍ଣ କୁମାର ରହୁଥିଲେ । କ୍ରିଷ୍ଣ କୁମାର ବର୍ତ୍ତମାନ ଓଡ଼ିଶା ପୂର୍ତ୍ତ ବିଭାଗ ସଚିବ ଭାବେ କାର୍ଯ୍ୟ କରିବା ସହ କାଳିଆ ଯୋଜନା ଦାୟିତ୍ୱରେ ମଧ୍ୟ ଥିଲେ । ରାମ ମୂର୍ତ୍ତି ଦେବୀଙ୍କ ଅନ୍ତିମ ଦର୍ଶନ ପାଇଁ ଅନେକ ମନ୍ତ୍ରୀ, ନେତା ଓ ଅନେକ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ଆଇଜି(ଏସ.ଏ.ପି)ଅମିତାଭ ଠାକୁର ଶେଷକୃତ ପର୍ଯ୍ୟନ୍ତ କ୍ରିଷ୍ଣ କୁମାରଙ୍କ ସହ ଉପସ୍ଥିତ ରହିଥିଲେ ।