ଗୁଜରାଟ ଓ ହରିୟାଣାରେ ଗଢ଼ିବୁ ସରକାର
ଓଡିଶା ଫାଷ୍ଟ ବ୍ୟୁରୋ: ଆମ ଆଦମି ପାର୍ଟି ପ୍ରଥମେ ଦିଲ୍ଲୀ ପରେ ପଞ୍ଜାବ ଦଖଲ କରିବା ପରେ ଦଳ ଏବେ ଗୁଜରାଟ, ହିମାଞ୍ଚଳ ପ୍ରଦେଶ ଉପରେ ଫୋକସ କରୁଛି। ଏହାପରେ ହରିୟାଣା ଓ ଓଡ଼ିଶା ଭଳି କିଛି ରାଜ୍ୟରେ ସରକାର କରିବ । ଯେଉଁଠି ନିଜର କାୟା ବିସ୍ତାର କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ। ଏନେଇ ଓଡିଶା ପ୍ରଭାରୀ ବିରେନ୍ଦ୍ର ସିଂହ କାଜିଆନ ତଥା ଦିଲ୍ଲୀ ବିଧାୟକ କହିଛନ୍ତି ଆଜି ଓଡିଶା ଗ୍ରସ୍ଥରେ କହିଛନ୍ତି । ଗୁଜରାଟ ରେ ଆପ ସରକାର କରିବ ଏହା ସହ ଦେଶରେ ମଧ୍ୟ ୨୦୨୪ରେ ମଧ୍ୟ ଆପ ଆସିବ । ଅନେକ ଓଡ଼ିଶାରେ ଅନେକ ଆଲୋଚନା ହୋଇଛି ସରକାର ଗଠନ ମଧ୍ୟ କରିବ । ଅନେକ ବିଜେପି କଂଗ୍ରେସ ସମେତ ଶାସକ ଦଳର ଅନେକ ନେତା ଆମ ସହ ଯୋଗାଯୋଗରେ ରହିଛନ୍ତି ସମୟ ମୁତାବକ ଜାଣିବେ । ଏବେ ଆପ ପ୍ରତେକ ବ୍ଲକ ସମେତ ପଂଚାୟତର ତାହାର କର୍ମୀ ସମେତ ପ୍ରଭାରୀ ପାଇଁ କାମ ଆରମ୍ଭ କରିଛି। ଆଜି ଏକ କର୍ମୀ ସମ୍ବିଳନୀ ଥିଲା ଏଥିରେ ୧୦୦୦ରୁ ଅଧିକ କର୍ମୀ ଯୋଗ ଦେଇଛନ୍ତି । ଆଗରୁ ଲୋକେ କହୁଥିଲେ ମୋଦିଙ୍କ ବିକଳ୍ପ ନାହିଁ ହେଲେ ଏବେ ମୋଦି ବନାମ ଅରବିନ୍ଦ ହେବ ବୋଲି ଲୋକେ କହିଲେଣି । ୨୦୨୪ରେ ଆପର ବିଜେପିର ଅଙ୍କ ବଦଲାଇ ଦେବ । ଗୁଜରାଟ ନିର୍ବାଚନ ପରେ ଅନେକ ନେତା ଆପରେ ଯୋଗ ଦେବେ । ଏହାର ଫର୍ମୁଲା ଆପ କରିସାରିଛି ଏବେ ଗୁଜରାଟରେ ଆପ ତାହା ସରକାର କରିବ । ବିରେନ୍ଦ୍ର ସିଂହ କାଯିଆନ , ଓଡିଶା ପ୍ରଭାରୀ ଆପ , ଦିଲ୍ଲୀ ବିଧାୟକ