ଓଡ଼ିଶାର ସଂସ୍କୃତି, ଐତିହ୍ୟ ଆଦି ବିଷୟରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶାର ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଆଦି ବିଷୟରେ ଇଂଲିଶ, ହିନ୍ଦୀ, ଅନ୍ତର୍ଜାତୀୟ ଓ ଅନ୍ୟାନ୍ୟ ଭାଷାରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରଯୋଜକମାନଙ୍କୁ ପ୍ରୋତ୍ସାହନ ରାଶି ସ୍ବରୂପ ୨.୫ କୋଟି ଟଙ୍କାର ରିହାତି ପ୍ରଦାନ କରାଯିବ । ଜଣେ ଚଳଚ୍ଚିତ୍ର ପ୍ରଯୋଜକଙ୍କ କ୍ଷେତ୍ରରେ ଅଧିକ ଦୁଇଟି ଯୋଗ୍ୟ ବିବେଚିତ ଚଳଚ୍ଚିତ୍ର ନିର୍ମାଣ ପାଇଁ ୪ କୋଟି ଟଙ୍କାର ରିହାତି ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଫିଲ୍ମସିଟି ନିର୍ମାଣ କଲେ ମଧ୍ୟ ପ୍ରୋତ୍ସାହନ ମିଳିବ । ୫୦ କୋଟି ଟଙ୍କା ବ୍ୟୟରେ ପ୍ରଥମ ତିନୋଟି ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ୧୦ କୋଟି ଟଙ୍କା ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ । ଏହାଛଡା ଚଳଚ୍ଚିତ୍ର ନିର୍ମାଣକାରୀଙ୍କୁ ଚିତ୍ର ଉତ୍ତୋଳନ ସମୟରେ ଓଡିଶାରେ ରହଣି ପାଇଁ ରିହାତି ଯୋଗାଇ ଦିଆଯିବ । ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁର କରିଛି ।

ସେହିପରି ରାଜ୍ୟ ସରକାର ଢେଙ୍କାନାଳ ଜିଲ୍ଲାର ଜୋରନ୍ଦା ନିକଟସ୍ଥ ଗୋରଡିଆ-କାଲୁରିଆ ରାସ୍ତାର ବ୍ରାହ୍ମଣୀ ନଦୀ ଉପରେ ୧.୯୩୨ କି.ମି ଦୈର୍ଘ୍ୟର ୩ ଥାକିଆ ଉଚ୍ଚସ୍ତରୀୟ ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଆହୂତ ଟେଣ୍ଡରକୁ କ୍ୟାବିନେଟରେ ଅନୁମୋଦନ ମିଳିଛି ।

Leave a comment