ଘରୋଇ ହସ୍ପିଟାଲକୁ ସରକାରଙ୍କ ଚେତାବନୀ, ହଟସ୍ପଟ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଘରୋଇ ହସ୍ପିଟାଲମାନଙ୍କୁ ରାଜ୍ୟ ସରକାରଙ୍କ ଚେତାବନୀ । ହଟସ୍ପଟ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ନକଲେ କାର୍ଯ୍ୟାନଷ୍ଠାନର ଚେତାବନୀ ଦିଆଯାଇଛି । ଏନେଇ ମୁଖ୍ୟଶାସନ ସଚିବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ନଦେବା ଅଭିଯୋଗ ହେବାପରେ ମୁଖ୍ୟ ଶାସନ ସଚିବ ଏହାକୁ ଗୁରୁତର ସହ ନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି । ଯଦି ରାଜ୍ୟରେ ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କୌଣସି ହସ୍ପିଟାଲରେ ଆଡମିସନ୍ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ରୋଗୀଙ୍କୁ ମେଡିକାଲରେ ଆଡମିଶନ କରିବା ବେଆଇନ ତେଣୁ ଏସବୁ କରୁଥିବା ହସ୍ପିଟାଲ ଏବଂ କ୍ଲିନିକ ଉପରେ ଆକ୍ସନ ନିଆଯିବ । ଏନେଇ ୧୦୦ ନମ୍ବରକୁ ଡାଏଲ କରି ଜଣାଇବାକୁ ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।