ଭଗବାନ ମୁଖ୍ୟମନ୍ତ୍ରୀ ହେଲେ ବି ସମସ୍ତଙ୍କୁ ସରକାରୀ ଚାକିରି ଦେଇ ପାରିବେନି: ପ୍ରମୋଦ ସାୱନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମସ୍ତଙ୍କୁ ସରକାରୀ ଚାକିରି ଦେବା ସମ୍ଭବ ନୁହେଁ। ଏପରିକି କାଲି ସକାଳୁ ଭଗବାନ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ଏହା ସମ୍ଭବ ହେବ ନାହିଁ ବୋଲି ଆଜି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଗ୍ରାମ ପଞ୍ଚାୟତର ପ୍ରତିନିଧିଙ୍କ ସହ ୱେବ କନଫରେନ୍ସରେ ଯୋଗଦେଇ କହିଛନ୍ତି। ଏହି ୱେବ କନଫରେନ୍ସି ଜରିଆରେ ଶ୍ରୀ ସାୱନ୍ତ ସରକାରଙ୍କ ଉଚ୍ଚଭିଳାଷୀ ‘ସ୍ୱୟମପୂର୍ଣ୍ଣା ମିତ୍ର’ ଯୋଜନାକୁ ଭର୍ଚ୍ଚୁଆଲ ଭାବେ ଶୁଭାରମ୍ଭ କରିଛନ୍ତି। ଏହାର ପ୍ରସାରଣ ପାଇଁ ଗେଜେଟେଡ ସରକାରୀ କର୍ମଚାରୀମାନେ ଗ୍ରାମ ପଞ୍ଚାୟତକୁ ଗସ୍ତ କରି ତଳ ସ୍ତରରୁ କାର୍ଯ୍ୟକାରିତାକୁ ତନଖିବାକୁ କହିଛନ୍ତି। ସରକାରଙ୍କ ଏହି ଯୋଜନାରେ ପ୍ରତ୍ୟେକ ବେକାରୀଙ୍କ ପାଇଁ ୮ ହଜାରରୁ ୧୦ ହଜାରର ରୋଜଗାର ସୁବିଧା ରହିଛି। ବର୍ତ୍ତମାନ ଗୋଆରେ ବେରୋଜଗାର ମାତ୍ରା ୧୫.୪ ପ୍ରତିଶତକୁ ଛୁଇଁଛି।

Leave a comment