ହକି ବିଶ୍ୱକପ ପାଇଁ ସରକାରୀ ଛୁଟି ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପ୍‌ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ନଭେମ୍ବର ୨୭ ତାରିଖ ମଙ୍ଗଳବାର ବିଶ୍ୱକପ୍‌ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ନଭେମ୍ବର ୨୭ରେ ଅପରାହ୍ନ ୧.୩୦ରୁ ଛୁଟି ଘୋଷଣା କରାଯାଇଛି । ସେହିପରି ନଭେମ୍ବର ୨୮ରେ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧.୩୦ରୁ ବନ୍ଦ ରହିବ । ହକି ବିଶ୍ୱକପ ପାଇଁ ଛୁଟି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

Leave a comment

You cannot copy content of this page