ଡ. ଗୋପବନ୍ଧୁ ଦାଶଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଦାୟିତ୍ୱ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅବସରପ୍ରାପ୍ତ ପ୍ରଶାସକ ଡ. ଗୋପବନ୍ଧୁ ଦାଶଙ୍କୁ ନିଜର ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଡ. ଗୋପବନ୍ଧୁ ଦାଶ ଜଣେ ଦକ୍ଷ, କର୍ତ୍ତବ୍ୟନିଷ୍ଟ ଓ ସଚ୍ଚୋଟ ଅଫିସର ଭାବେ ଜଣାଶୁଣା । ଡ. ଗୋପବନ୍ଧୁ ଅବସର ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ କାର୍ଯ୍ୟ ତୁଲାଉ ଥିଲେ । ଡ. ଗୋପବନ୍ଧୁଙ୍କ କର୍ତ୍ତବ୍ୟନିଷ୍ଟତା ଓ ସଚ୍ଚୋଟତା କୁ ଦୃଷ୍ଟିରେ ରଖି ନିଜର ଶାସନର ୨୨ବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ରାଜନୈତିକ ସଚିବଙ୍କୁ ନିଜେ ନିଯୁକ୍ତ କରିଛନ୍ତି ।