‘ଜୱାଦ’, ଗୋପ ବ୍ଲକରେ ସ୍ଥିତି ଅନୁଧ୍ୟାନ କଲେ ଗଣଶିକ୍ଷା ମନ୍ତ୍ରୀ
କୋଣାର୍କ ୪।୧୨: ବାତ୍ୟାକୁ ନେଇ ଏବେ ଗୋପ ବ୍ଲକର ସମୁଦ୍ର ଅଞ୍ଚଳ ନିକଟସ୍ଥ ପଞ୍ଚାୟତ ଗୁଡ଼ିକର ଲୋକମାନେ ଭୟଭୀତ ଅବସ୍ଥାରେ ଥିବାବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କେତେକ ପଞ୍ଚାୟତ ବୁଲିବା ସହିତ ଗୋପ ବ୍ଲକରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାତ୍ୟା ଜଓ୍ବାଦ ନେଇ ଲୋକମାନେ ଭୟଭୀତ ହେବା ସହ ଚାଷୀମାନେ ଚିନ୍ତାରେ ରହିଥିଲେ ।
ଜମିରେ ଏବେ ହଜାର ହଜାର ଏକର ପାଚିଲା ଧାନ ଖଳା ବାଡ଼ିକୁ ଆସି ପାରିନଥିବା ବେଳେ ଏହି ବାତ୍ୟା ଚାଷୀମାନଙ୍କ ଚିନ୍ତା ବଢ଼ାଇ ଦେଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା ଦୁର୍ବଳ ହେବା ନେଇ ଖବର ଆସିବା ପରେ ଏବେ ଚାଷୀମାନଙ୍କ ମଧ୍ୟରେ କିଛି ମାତ୍ରାରେ ଖୁସିର ଲହରୀ ଖେଳିଯାଇଛି ।
ଗଣଶିକ୍ଷା ମନ୍ତ୍ରୀଙ୍କ ସହ କଥା ହେବାରୁ ବାତ୍ୟା ଦୁର୍ବଳ ହୋଇଛି, ଚାଷୀଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ରଖିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ସମସ୍ୟା ସହ ଅଛନ୍ତି । ଆବଶ୍ୟକତା ଅନୁଯାୟୀ ଦରକାର ପଡିଲେ କ୍ଷତିପୂରଣ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।