ଗୁଗୁଲ୍ ର ଗୁଗଲି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁଗୁଲ୍ରେ ଇଡିଅଟ ଲେଖିଲେ ଆସୁଛି ଟ୍ରମ୍ପଙ୍କ ଫଟୋ ପୂର୍ବରୁ ଗୁଗୁଲରେ ପପୁ ସର୍ଚ୍ଚ କଲେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ରାହୁଲ ଗାନ୍ଧୀଙ୍କ ନାଁ ଆସିବା ଓ ଫେକୁ ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଫଟୋ ଆସିବା ଦେଖାଯାଇଥିଲା। ପରେ କିଛିଦିନ ପରେ ଏହାକୁ ଗୁଗୁଲ ପକ୍ଷରୁ ହଟାଇ ଦିଆଯାଇଥିବା ବେଳେ ଏବେ ଗୁଗୁଲରେ ଇଡିଅଟ ସର୍ଚ୍ଚ କଲେ ଆମେରିକା ରାଷ୍ଟ୍ରପତି ଡୋନାଳ୍ଡ ଟ୍ରମ୍ପଙ୍କ ଫଟୋ ଆସୁଛି। ଟ୍ରମ୍ପଙ୍କ ରାଜନୈତିକ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିବା କେହି ଲୋକ ଗୁଗୁଲରେ ଏଭଳି କରିଥିବା କୁହାଯାଉଛି। ତେବେ ପୂର୍ବରୁ ଇଣ୍ଡିଆର ପ୍ରଥମ ପ୍ରଧାନମନ୍ତ୍ରୀ ସର୍ଚ୍ଚ କଲେ ଗୁଗୁଲରେ ନରନ୍ଦ୍ର ମୋଦିଙ୍କ ନାମ ଓ ଫଟୋ ଆସୁଥିଲା। ଏହାକୁ ପରେ ଗ୍ଲୋବାଲ ସର୍ଚ୍ଚ ଇଞ୍ଜିନ୍ ପକ୍ଷରୁ କରେକ୍ସନ କରାଯାଇଥିଲା।