ସୁସ୍ଥ ହେଲେ ଆଉ ଦୁଇ କରୋନା ଆକ୍ରାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ପାଇଁ ପୁଣି ଏକ ଆଶ୍ୱସ୍ତିର ଖବର। ଆଜି ପୁଣି ଦୁଇ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି। ତେବେ ସୁସ୍ଥ ହୋଇଥିବା ଦୁଇ କରୋନା ରୋଗୀ ଭୁବନେଶ୍ୱରର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ,ଏହି ଦୁଇଙ୍କୁ ମିଶାଇ ସମୁଦାୟ ୩୭ ଜଣ ଏଯାବତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ରାଜ୍ୟରେ ୧୦୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏବେ ୭୦ ଜଣ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।