ହ୍ରାସ ହେଲା ସୁନା ଦର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୦ ଗ୍ରାମ ସୁନା ଦର ୪୬ ହଜାର ଟଙ୍କାରେ ପହଞ୍ଚିଛି । ସୁନା ଦାମ ଏହାର ସର୍ବୋଚ୍ଚ ସ୍ତର ଠାରୁ ଏବେ ୧୦ ହଜାର ଟଙ୍କା କମ ରହିଛି । ଗତବର୍ଷ କରୋନା ମହାମାରୀ ପ୍ରଭାବରେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଥିଲା । ୨୦୨୦ ଅଗଷ୍ଟ ବେଳକୁ ୧୦ ଗ୍ରାମ ପିଛା ସୁନାର ଦାମ୍ ସର୍ବୋଚ୍ଚ ୫୬,୧୯୧ ଟଙ୍କାରେ ପହଞ୍ଚିଥିଲା ।

ମଲଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ୪୬,୩୭୫ ଟଙ୍କା ମୂଲ୍ୟରେ ସୁନା ବିକ୍ରି ହୋଇଛି । ଚଳିତ ବର୍ଷ ସୁନା ଦାମରେ ୪୦୦୦ ଟଙ୍କାର ହାସ ହୋଇଛି । ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୧୭୪୯.୬୨ ଡଲାର ରହିଛି ।

ଗତବର୍ଷ ସୁନାରେ ନିବେଶ କରିଥିବା ନିବେଶକମାନେ ୪୩% ରିଟର୍ଣ୍ଣ ପାଇଛନ୍ତି । ଯଦିଓ ସୁନାର ସର୍ବୋଚ୍ଚ ଦାମ ସହ ତୁଳନା କରାଯିବ ତେବେ ଏବେ ତାହା ୨୫% ଶସ୍ତା ହୋଇଥିବା ଜଣାପଡ଼ିଛି । ନୂଆଦିଲ୍ଲୀ ବଜାରରେ ୧୦ ଗ୍ରାମ ପିଛା ସୁନାର ଦାମ୍ ୧୫୯ ଟଙ୍କା ବୃଦ୍ଧି ପାଇ ୪୫,୧୩୦ ଟଙ୍କା ହୋଇଛି । ରୁପା ଦାମ୍ ମଧ୍ୟ ୯୯ ଟଙ୍କା ବୃଦ୍ଧି ପାଇ ୬୧,୨୫୦ ଟଙ୍କା ହୋଇଥିବା ଜଣାପଡ଼ିଛି ।

Leave a comment