ରେକର୍ଡ ଭାଙ୍ଗିଲା ସୁନା ଦର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ବଜାରର ସବୁ ରେକର୍ଡ ଭାଙ୍ଗିଲା ସୁନା ଦର । ଗତ କିଛିଦିନ ହେବ ଲଗାତାର ଭାବେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଏହା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି କାଲି ଠାରୁ ଆଜି ପର୍ଯ୍ୟନ୍ତ ସୁନା ଦର ପ୍ରାୟ ୧୧୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ବର୍ତ୍ତମାନ ୩୮ ହଜାରରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, ଆମେରିକା ଏବଂ ଚୀନ ମଧ୍ୟରେ ବଣିଜ୍ୟକୁ ନେଇ ମାନ୍ଦାବସ୍ଥା ଲାଗିରହିଛି । ତେଣୁ ନିବେଶକ ମାନେ ସୁନାରେ ଅଧିକ ନିବେଶ କରିବାକୁ ପସନ୍ଦ କରୁଛନ୍ତି । ସେହିପରି ବଜାରରେ ସୁନାର ଚାହିଦା ଅଧିକ ରହୁଥିବାରୁ ଗହଣା ନିର୍ମାତାମାନେ ଅଧିକ ପରିମାଣରେ ସୁନା କିଣୁଥିବାରୁ ସୁନାଦର ବଢ଼ିବାରେ ଲାଗିଥିବା ଚର୍ଚ୍ଚା ଜୋର ଧରିଛି ।

Leave a comment