ଗୋଧ୍ରା ଟ୍ରେନ୍ ପୋଡି ଘଟଣା : ୧୯ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗୁଜୁରାଟର ଗୋଧ୍ରା ଷ୍ଟେସନରେ ଟ୍ରେନ୍ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ପୋଲିସ ଗୋଧ୍ରାରୁ ରଫିକ୍ ହୁସେନ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ।
ପୋଲିସର ସୂଚନାନୁସାରେ, ରଫିକ ହୁସେନ୍ ସେହି ଗୋଷ୍ଠୀରେ ଥିଲା ଯେଉଁମାନେ ଗୋଧ୍ରା କାଣ୍ଡର ଷଡଯନ୍ତ୍ର ରଚିଥିଲେ । ସେ ଗତ ୧୯ ବର୍ଷ ଧରି ଫେରାର ଥିଲା । ପୋଲିସକୁ କିଛି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଷ୍ଟେସନ ନିକଟରୁ ଏକ ଘରେ ଚଢଉ କରି ରଫିକକୁ ଗିରଫ କରାଯାଇଥିଲା ।

ଟ୍ରେନର ବଗିକୁ ଜାଳିବା ପାଇଁ ପେଟ୍ରୋଲ ବ୍ୟବହାର ହୋଇଥିଲା । ହିଂସାକୁ ଉସକାଇବା ଓ ଷଡଯନ୍ତ୍ର ରଚିବାରେ ରଫିକର ବଡ ହାତ ଥିଲା । ତା ବିରୋଧରେ ହତ୍ୟା ଓ ଦଙ୍ଗା ସୃଷ୍ଟି କରିବା ଭଳି ଧାରା ଲାଗିଛି । ସେ ସେହି ସମୟରେ ଷ୍ଟେସନରେ ଏକ ଶ୍ରମିକ ଭାବେ କାମ କରୁଥିଲା । ଯେତେବେଳେ ଟ୍ରେନରେ ପଥର ମାଡ କରି ନିଆଁ ଲଗାଯାଇଥିଲା ସେତେବେଳେ ରଫିକ୍ ମଧ୍ୟ ଏଥିରେ ସାମିଲ ଥିଲା । କିନ୍ତୁ ଏହାପରଠୁ ରଫିକ୍ ଫେରାର ହୋଇ ଦିଲ୍ଲୀରେ ଲୁଚିଥିଲା ।

Leave a comment