ଭଗବାନ ବଞ୍ଚାଇ ଦେଲେ ୩୬ ଜୀବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁନ୍ ୧୦ ତାରିଖରେ ଚିଲିକାରେ କାଳବୈଶାଖୀ ଯୋଗୁ ଡଙ୍ଗା କାଳିଜାଈ ଗଣ୍ଡରେ ବୁଡ଼ି ଯାଇଥିଲା ଯାହାଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏ ଦୁର୍ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଜି ଏକ ବଡଧରଣର ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୬ ଜଣ ଯାତ୍ରୀ। ଡ଼ଙ୍ଗା ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ପ୍ରାୟ ଘଣ୍ଟାଏ ଅଟକିଲା ଯାତ୍ରୀବାହୀ ଡଙ୍ଗା।
ସୂଚନା ଅନୁଯାୟୀ, ଆଜି ଦିନ ଗୋଟାଏ ବେଳେ ୩୬ ଜଣ ଯତ୍ରୀଙ୍କୁ ନେଇ ଜହ୍ନିକୁଦା ଘାଟିରୁ ଏକ ଡଙ୍ଗା ସାତପଡ଼ା ଯିବାକୁ ବାହାରିଥିଲା। ମାତ୍ର ଡଙ୍ଗାଟି କିଛି ମିନିଟ ଯିବା ପରେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଚାଳକ ର ସତଚେଷ୍ଟା ପରେ ମଧ୍ୟ ଏହାର ଇଞ୍ଜିନ ଚାଲିନଥିଲା। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଡଙ୍ଗାଟି ଚିଲିକା ମଝିରେ ଫସି ରହିଥିଲା। ଏହିଘଟଣା କୁ ନେଇ ଯାତ୍ରୀଙ୍କ ମନରେ ଭୟର ଆଶଙ୍କା ସୃଷ୍ଟି ହୋଇଥିଲା। ସୌଭାଗ୍ୟ ବଶତଃ ଆସୁଥିବା ଅନ୍ୟଏକ ଯାତ୍ରୀବାହୀ ଡଙ୍ଗା ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଯାହାଦ୍ୱାରା ଏକ ବଡ ଧରଣର ଦୁର୍ଘଟଣା ରୁ ଯାତ୍ରୀ ମନେ ରକ୍ଷାପାଇ ଯାଇଥିଲେ। ଆଉ କେତେ ଅଘଟଣ ପରେ ସରକାର ଙ୍କ ନିଦ ଭାଙ୍ଗିବ ଏହାକୁ ନେଇ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।