ଠାକୁର ଘରେ ରଖନ୍ତୁ ଏହି ଜିନିଷ, ବଢି ଚାଲିବ ଧନ ସମ୍ପତି

0

ସାଧାରଣତ ଆମ୍ଭେ ମାନେ ପ୍ରତ୍ୟକ ଦିନ ପୂଜା କରିଥାନ୍ତି । ଆମ୍ଭ ପୂର୍ବ ପୁରୁଷ ମାନେ ଯଜ୍ଞ ଦ୍ଵାରା ଭଗବାନଙ୍କୁ ଆରାଧନା କରୁଥିଲେ । ବର୍ତ୍ତମାନ ଆମ୍ଭେ ମାନେ ନିଜ ଠାକୁର ଘରେ ମୂର୍ତ୍ତି ଅଥବା ଫଟୋଚିତ୍ର ରଖି ପୂଜା କରୁଅଛୁ । ମାତ୍ର ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଇଶାଣ କୋଣରେ ଠାକୁର ଘର ରହିବା ଆବଶ୍ୟକ । କାରଣ ଏହା ଭଗବାନ ଙ୍କ ସ୍ଥାନ ଅଟେ । ଏପରି କରିବା ଦ୍ଵାରା ଆପଣଙ୍କ ଘରର ସମୃଦ୍ଧି ହୋଇଥାଏ । ଏହା ସହିତ ଧନ ସମ୍ପତ୍ତି ତଥା ସୁଖ ଶାନ୍ତି ବନି ରହିଥାଏ । ଆଜି ଆମ୍ଭେ ଜାଣିବା କେଉଁ ୮ ଟି ଜିନିଷ ଠାକୁର ଘରେ ରଖିବା ଦ୍ଵାରା ଘରେ ଧନ-ସମ୍ପତ୍ତି ତଥା ସୁଖ ଶାନ୍ତି ବଢିଥାଏ ।

୧- ପ୍ରଥମ ଜିନିଷ ହେଉଅଛି ପଞ୍ଚାମୃତ;- ଏହାର ଅର୍ଥ ହେଉଅଛି ୫ ପ୍ରକାରର ଅମୃତ । ଏହା କ୍ଷୀର, ଦହି, ମହୁ, ଘୀଅ, ଏବଂ ମିଶ୍ରି ଏହିସବୁ ଜିନିଷ ଗୁଡିକର ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ । ଏହି ପଞ୍ଚାମୃତ ରେ ରୋଗ ନିବାରଣ ଶକ୍ତି ରହିଥାଏ । ଏହା ମଧ୍ୟ ପୁଷ୍ଟିକର ଅଟେ ।

୨- ଦ୍ଵିତୀୟରେ ଚନ୍ଦନ;- ଏହା ସାଧାରଣତ ଶାନ୍ତି ତଥା ଶୀତଳତାର ପ୍ରତୀକ ହୋଇଥାଏ । ଠାକୁର ଘରେ ଏହାକୁ ରଖିବା ଉଚିତ । ଏହି ଚନ୍ଦନ ବାସ୍ନା ରେ ମନର ନକାରାତ୍ମକ ଭାବନା ନଷ୍ଟ ହୋଇଥାଏ । ଏଣୁ ଚନ୍ଦନ ଟୀକା ଆମ୍ଭ ମାନଙ୍କୁ ସବୁବେଳେ ମଥାରେ ଲଗାଇବା ଆବଶ୍ୟକ ।

୩- ତୃତୀୟରେ ହେଉଛି ଅରୁଆ ଚାଉଳ;- ଯେଉଁ ଚାଉଳ ଭାଙ୍ଗି ନଥିବା ସଂପୂର୍ଣ୍ଣ ଗୋଟା ଥିବ, ଯାହାକୁ ଆମ୍ଭେ ଅକ୍ଷତ ବୋଲି କହିଥାଉ । ଏହା ଲୋକ ମାନଙ୍କୁ ସଂପୂର୍ଣ୍ଣତା ପ୍ରଦାନ କରିଥାଏ । ଏହି ଅରୁଆ ଚାଉଳ ବହୁତ ଶୁଭ ଅଟେ ଯାହା ଭଗବାନ ଙ୍କୁ ଅର୍ପଣ କରାଯାଇଥାଏ ।

୪- ଚତୁର୍ଥ ରେ ହେଉଛି ଫୁଲ;- ଫୁଲ ହେଉଛି ସୁନ୍ଦରତାର ପ୍ରତୀକ । ଭଗବାନ ଙ୍କୁ ଫୁଲ ଅର୍ପଣ କରିବା ଦ୍ଵାରା ମନରେ ସୁନ୍ଦରତା ଭାବ ଏବଂ ଖୁସି ଭାବ ଆସିଥାଏ ।

୫- ପଞ୍ଚମରେ ମିଠା;- ଭଗବାନ ଙ୍କୁ ମିଠା ଅର୍ପଣ କରିବା ଦ୍ଵାରା ଆପଣଙ୍କ ଜୀବନରେ ମଧୁରତା ଏବଂ ସୌମ୍ୟତା ପ୍ରାପ୍ତ କରିବା ନିମନ୍ତେ ଭଗବାନ ଙ୍କ ପାଖରେ ଇଛା ପ୍ରକାଶ କରିବା ।

୬- ଷଷ୍ଠ ରେ ହେଉଛି ଦୀପ;- ଭଗବାନ ଙ୍କ ପାଖରେ ଦୀପ ଜାଳିବାର ଅର୍ଥ ଆମ୍ଭେ ଆମ୍ଭ ଜୀବନରେ ଅନ୍ଧକାର କୁ ଦୂର କରି ଆଲୋକ ପ୍ରକାଶ କରିବାକୁ ପ୍ରୟାସ କରିବା ।

୭- ସପ୍ତମରେ ହେଉଛି ସିନ୍ଧୁର;- ସିନ୍ଦୁର ରଙ୍ଗର ପ୍ରତୀକ ଅଟେ । ଏହା ଆମ୍ଭ ଜୀବନରେ ରଙ୍ଗ ଭରିବା କାର୍ଯ୍ୟ କରିଥାଏ ।

Leave a comment