ପୁଜା କରିବା ସମୟରେ ଆଖିରୁ ଲୁହ ଆସିବା, ଫୁଲ ପଡିବା, ହାଇ ଆସିବା କଣ ରହସ୍ୟ

0

ଆମ ହିନ୍ଦୁଧର୍ମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ବ୍ରହ୍ମାଣ୍ଡ ଆରମ୍ଭରୁ କେବଳ ଅଦ୍ଧକାରମୟ ଥିଲା । ଅଚାନକ ଏକ ବିଶାଳକାୟ ଶିବଲିଙ୍ଗ ପ୍ରକଟ ହୋଇଥିଲା । ଯାହାଦ୍ୱାରା ପୁରା ବ୍ରହ୍ମାଣ୍ଡ ଶକ୍ତିରେ ପରିପୂର୍ଣ୍ଣ ହୋଇଥିଲା । ଏହାର କିଛି ସମୟ ପରେ ବ୍ରହ୍ମାଣ୍ଡରେ ଧୀରେ ଧୀରେ ଜଳ ଧାତୁ ବାୟୁ ଓ ଅଗ୍ନି ଆଦିର ପଦାର୍ଥର ନିର୍ମାଣ ହୋଇଥିଲା । ସେଥିପାଇଁ ଏହି ସମସ୍ତ ପଦାର୍ଥରେ ଭଗବାନ ଶିବଶଙ୍କର ବାସ କରନ୍ତି ବୋଲି କୁହାଯାଇଥାଏ ।ସମସ୍ତ ବ୍ରହ୍ମାଣ୍ଡରେ ବାସ କରୁଥିବା ଅସୀମ ଶକ୍ତି ହିଁ ଶିବ ଅଟନ୍ତି । ଶିବ ହିଁ ଆଦି ଓ ଅନ୍ତ ହୋଇଥାନ୍ତି । ଆମ ଶାସ୍ତ୍ର ଅନୁସାରେ ଯେତେବେଳେ ବି ଆମେମାନେ ପୂଜାପାଠ ଓ ଇଶ୍ୱରଙ୍କ ଧ୍ୟାନ କରିଥାଉ ଆମର ଆତ୍ମାର ସଂଯୋଗ ଇଶ୍ୱରଙ୍କ ସହ ହୋଇଥାଏ । କାରଣ ଇଶ୍ଵର ସର୍ବବ୍ୟାପି ଅଟନ୍ତି । ସେ ସମସ୍ତ ସଜୀବ ଓ ନିର୍ଜୀବ ବସ୍ତୁରେ ମଧ୍ୟ ବାସ କରିଥାନ୍ତି । ଏହି କାରଣରୁ ଯେତେବେଳେ ଆପଣଙ୍କ ଅନ୍ତରଆତ୍ମାର ମିଳନ ଇଶ୍ୱରଙ୍କ ସହିତ ହୋଇଥାଏ ସେ ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି ।

ଏହି ସଂକେତ ଗୁଡିକ ବହୁତ ସାଧାରଣ ହୋଇଥିଲେ ମଧ୍ୟ ଆମେ ସେସବୁ କୁ ନବୁଝି ଅଣଦେଖା କରିଦେଉ । କାରଣ ଆମେ ଯେବେବି ପୂଜାପାଠ କରିଥାଉ ଆମର ଚତୁର୍ପାର୍ଶ୍ଵ ସକାରାତ୍ମକ ଶକ୍ତିରେ ପରିପୂର୍ଣ ହୋଇଥାଏ । ଏହା ଯୋଗୁ ଆମକୁ ପ୍ରସନ୍ନତା ମିଳିଥାଏ । ଯାହା ଆମର ସମସ୍ତ ମନର ବ୍ୟାକୁଳ ଓ ଦୁଃଖକୁ ସୁଖରେ ବଦଳେଇ ଦେଇଥାଏ । ତେବେ ଆଜି ଆମେ ଜାଣିବା କି ପୂଜାର୍ଚ୍ଚନା କରିବା ସମୟରେ ଈଶ୍ୱରଙ୍କ ପାଖରୁ କେଉଁ ସଙ୍କେତ ମିଳିଥାଏ ।

ଆଖିରେ ଲୁହ ଆସିବା ଏକ ସାଧାରଣ କଥା । କିନ୍ତୁ ଆପଣ ଯେବେ ପୂଜାପାଠ କରୁଛନ୍ତି ଓ ଆପଣଙ୍କ ମନ ଭଗବାନଙ୍କ ପାଇଁ ବ୍ୟାକୁଳତା ହୋଇ ଆଖିରେ ଲୁହ ଝରି ଆସୁଛି ତେବେ ଏହାର ଅର୍ଥ ବୁଝିନିଅନ୍ତୁ ଯେ ଇଶ୍ଵର ଆପଣଙ୍କ ସାଥୀରେ ରହିଛନ୍ତି । ଏହା ଇଶ୍ୱରଙ୍କର ଏକ ସଂକେତ ଅଟେ କି ଆମର ଆତ୍ମା ତାଙ୍କ ସହ ସଂଯୋଗ ହୋଇଛି ।
ଆଉ ଏହି ସମୟ ଇଶ୍ୱରଙ୍କୁ କିଛି ମାଗିବାର ସର୍ବୋତମ ସମୟ । ଏହି ସମୟରେ ଇଶ୍ଵରଙ୍କୁ ଆପଣଙ୍କର ସମସ୍ତ ମନକାମନା ଜଣାଇ ନିଅନ୍ତୁ । କାରଣ ଏହି ସମୟରେ ଇଶ୍ଵରଙ୍କୁ କରିଥିବା ସମସ୍ତ ପ୍ରାର୍ଥନାର ଆପଣଙ୍କୁ ଉତ୍ତର ମିଳିଥାଏ । ଆଉ ମଧ୍ୟ କୁହାଯାଏ ଯେ ପୂଜା ସମୟରେ ଆଖିରେ ଲୁହ ଆସିବା ଦ୍ୱାରା ଆମ ଅନ୍ତକରଣର ସମସ୍ତ ମନ୍ଦତା ପରିସ୍କୃତ ହୋଇ ଶୁଦ୍ଧତାରେ ପରିଣତ ହୋଇଥାଏ ।

ଅଗ୍ନି ପଞ୍ଚତତ୍ୱ ମଧ୍ୟରୁ ଗୋଟିଏ ହୋଇଥାଏ । ଏଥିରେ ଭଗବାନ ଶିବ ବାସ କରିଥାନ୍ତି । ପୂଜା କରିବା ସମୟରେ ଏହାର ଜ୍ୟୋତି ବୃଦ୍ଧି ପାଇବାର ଅର୍ଥ ହେଉଛି ଏହା ଇଶ୍ଵରଙ୍କ ସଂକେତ ଯେ ଆପଣଙ୍କ ପୂଜା ଓ ଭକ୍ତିରେ ଭଗବାନ ସନ୍ତୁଷ୍ଟ ହୋଇଛନ୍ତି । ଏହି ସମୟରେ ଇଶ୍ୱରଙ୍କ ଠାରେ ଆପଣ ପ୍ରାର୍ଥନା କରି ଆପଣଙ୍କର ମନସ୍କାମନା ଆଦି ନିଶ୍ଚୟ ଜଣାଇ ଦିଅନ୍ତୁ । ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚିତ ଭାବେ ପୂର୍ଣ୍ଣ ହେବ ।

3. ଯଦି ଆପଣ ପୂଜା କରିବା ସମୟରେ ଆପଣ ଜଳାଇ ଥିବା ଅଗର୍ବତୀର ଧୂଆଁ ଇଷ୍ଟ ଦେବ କିମ୍ବା ଆପଣଙ୍କ ଇଷ୍ଟ ଦେବୀଙ୍କ ପ୍ରତିମା ଆଡ଼କୁ ଯାଇଥାଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ପୂଜାକୁ ଇଶ୍ଵର ସ୍ବିକାର କରିଛନ୍ତି ।
4. ପୂଜା କରିବା ସମୟରେ ଯଦି ଆପଣ ଠାକୁରଙ୍କ ଉପରେ ଚଢ଼ାଇ ଥିବା ଫୁଲ ହଠାତ ତଳେ ପଡିଯାଉଛି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ଇଶ୍ଵର ଆପଣଙ୍କ ପୂଜା ଆରୋଧନାକୁ ସ୍ହିକାର କରିଛନ୍ତି ଓ ଏହାର ଉଚିତ ଫଳ ଆପଣଙ୍କୁ ତୁରନ୍ତ ପ୍ରଦାନ କରିବେ ।

Leave a comment