ଘୋର ବିରୋଧ ସତ୍ତ୍ୱେ ଆନ୍ଧ୍ରରେ ମୋଦି । ଗୋ ବ୍ୟାକ୍ ମୋଦି ପୋଷ୍ଟରରେ ଭର୍ତ୍ତି ହୋଇଥିଲା ସାରା ଆନ୍ଧ୍ର ।

0


ଓଡ଼ିଶାଫାଷ୍ଟ(ବ୍ୟୁରୋ)-ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ର ପ୍ରଦେଶ ଗସ୍ତ କରିଛନ୍ତି । ଦଳୀୟ କାର୍ଯ୍ୟାକ୍ରମରେ ଯୋଗଦେବାକୁ ଆସି ମୋଦି ବିଜୟଓ୍ଵାଡା ଏୟାରପୋର୍ଟରେ ଓହ୍ଲାଇବା ପରେ ତାଙ୍କୁ ଦଳୀୟ ନେତା, କର୍ମୀମାନେ ସ୍ଵାଗତ କରିଥିଲେ । ତେବେ କାର୍ଯ୍ୟକ୍ରମ ସ୍ଥଳୀକୁ ଯିବା ସମୟରେ ବିଭିନ୍ନ ସ୍ଥାନରେ ଟିଡିପି (ତେଲଗୁ ଦେଶମ୍ ପାର୍ଟି)ର  କର୍ମୀମାନେ କଳାପତାକା ଦେଖାଇବା ସହ କେନ୍ଦ୍ର ସରକାର ବିରୋଧୀ ନାରାମାନ ଦେଇଥିଲେ । ଏଥିସହ ଅନେକ ସ୍ଥାନରେ ଗୋ ବ୍ୟାକ୍ ମୋଦି ପୋଷ୍ଟର ଲଗାଯାଇଥିଲା । ମୋଦିଙ୍କ କାର୍ଟୁନ୍ ଚିତ୍ର କରାଯାଇ ବିଭିନ୍ନ ପୋଷ୍ଟର ମଧ୍ୟ ଲଗାଇଥିଲେ ଚନ୍ଦ୍ରବାବୁ ନାଇଡୁଙ୍କ ନେତ୍ରୃତ୍ଵାଧୀନ ଟିଡିପି କର୍ମୀ । ତେବେ ମୋଦିଙ୍କ ବିରୋଧରେ ଆନ୍ଧ୍ରରେ ଲଗାଯାଇଥିବା ପୋଷ୍ଟରଗୁଡିକ ଏବେ ସୋସିଆଲ ମିଡ଼ିଆରେ ଖୁବ ସେୟାର ହେବାରେ ଲାଗିଛି । #ଟ୍ୟାଗ୍ ଗୋ ବ୍ୟାକ୍ ମୋଦି ଲେଖି ବହୁ ଲୋକ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେପଟେ ମୋଦିଙ୍କ ଗସ୍ତକୁ କଳା ଦିବସ ଭାବେ ପାଳନ କରିଛି ଆନ୍ଧ୍ର ପ୍ରଦେଶର କଂଗ୍ରେସ କର୍ମୀ ।

ସେହିପରି ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରେ ମୋଦି ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଚନ୍ଦ୍ରବାକୁ ନାଇଡୁଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି କହିଛନ୍ତି, ଆନ୍ଧ୍ରର ବିକାଶ ପାଇଁ ଯେଉଁ ଅର୍ଥ ଦିଆଯାଇଛି ତାର ହିସାବ ମାଗିବାରୁ ସ୍ଥାନୀୟ ସରକାର ଭୟଭୀତ ହୋଇଯାଇଛନ୍ତି । ନିର୍ବାଚନ ହାରିବାରେ ଓ ପଛରୁ ଛୁରୀ ମାରିବାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ । ଆନ୍ଧ୍ରପ୍ରଦେଶରେ ଗରିବମାନଙ୍କ ପାଇଁ ଯୋଜନା କରିବାକୁ ନାଇଡୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ, ବାସ୍ତବରେ ସେ ମୋଦି ସରକାରଙ୍କ ଯୋଜନାଗୁଡ଼ିକୁ ପ୍ରଣୟନ କରି ନିଜର ବୋଲି ଦାବି କରୁଛନ୍ତି।

Leave a comment

You cannot copy content of this page