କାଟିଥିବା ୫କେଜି ଚାଉଳ କେନ୍ଦ୍ର ଦେଉ : ଅରୁଣ ସାହୁ
ବିଧାନସଭାରେ ଗତ ୫ଦିନ ହେବ ଶୂନ୍ୟକାଳରେ କେନ୍ଦ୍ରକୁ ପଚାରଯାଉତିବା ୫କେଜି ଚାଉଳର ଉତ୍ତର ଖୋଜି ପାଉନାହାନ୍ତି ମନ୍ତ୍ରୀ ଅରୁଣ ସାହୁ । ବିଧାନସଭାରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆଲୋଚନା ଚକ୍ରକୁ ଆରୁନାହାନ୍ତି ବିରୋଧୀ ଦଳ ବୋଲି ମନ୍ତ୍ରୀ କହିଛନ୍ତି । ଜନଜୀବନ ସହିତ ଜଡିତ କୌଣସି କଥାକୁ ଯଦି ମନ୍ତ୍ରୀ କହିବାକୁ ଚାହୁଛନ୍ତି ସେକଥାକୁ ଭ୍ରୁକ୍ଷେପ ନକରି ଅନ୍ୟ ବିଷୟରେ ଆଲୋଚନା କରୁଛନ୍ତି ବିରୋଧୀଦଳ ନେତା ଯାହାକୁ ଦୃଢ ନିନ୍ଦା କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।
୫ କେଜି ଚାଉଳ କେନ୍ଦ୍ର ସରକାର କୋଭିଡ୍ ସମୟରେ ଦେଉଥିଲେ ଏବେ କିନ୍ତୁ ସେ କାଟି ଦେଇଛନ୍ତି । ଏବେ ମଧ୍ୟ ୬ଟି ରାଜ୍ୟକୁ କଟକଣା ଲାଗୁକରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । କଳକାରାଖାନା ବନ୍ଦ ହୋଇଯାଇଥିଲା ଜନଜୀବନ ଠପ ହୋଇଯାଇଥିଲା । ଏବେବି କିଛି ରାଜ୍ୟ ସଠିକ ସମୟକୁ ଆସିନାହିଁ । ସଠିକ ଭାବେ ରାଜ୍ୟ ସୁଚାରୁରୂପେ ଆସିବା ପାଇଁ ଅନେକ ସମୟ ଲାଗିଯିବ ବୋଲି ମହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । କେନ୍ଦ୍ର ସରକାର ଏ ନେଇ ୭୧ହଜାର କୋଟି ଟଙ୍କା କାଟିଛନ୍ତି କେନ୍ଦ୍ର ବଜେଟରୁ । ଏହାଫଳରେ ଓଡିଶାର ୩କୋଟ ୨୫ଲକ୍ଷ ଲୋକେ ଅକଥନୀୟ ଅସୁବିଧାର ସମ୍ମୁଖିନ ହେବାର ଲକ୍ଷ୍ୟ କରାଯାଉଛି । ଏବଂ ଖାଲି ସେତିକି ନୁହଁ ଯେଉଁ ୧୭ରୁ୧୮ ମେଟ୍ରିଟନ୍ ଚାଉଳ ଏ ବବେଦରେ ବ୍ୟବହାର ହେଉଥିଲା ତାକୁ ମଧ୍ୟ ଏ ପ୍ରସଙ୍ଗରେ ଉଠାଇବାକୁ କେନ୍ଦ୍ର ବତ୍ତମାନ ପ୍ରସ୍ତୃତ ନୁହଁନ୍ତି । ଅର୍ଥାତ ଆମର ଜେନେରାଲ ପିଡିଏ ସିଷ୍ଟମରେ ଯେତିକି ଚାଉଳ ଯାଉଥିଲା ତାବାଦ ଅତିରିକ୍ତ ୫ କେଜି ଚାଉଳ ଦେବାବେଳେ ୧୭ଲକ୍ଷ୍ୟ ମେଟ୍ରିଟନ୍ ଚାଉଳ ମଧ୍ୟ ଏଇ ଓଡିଶାରୁ ଆଦାୟ ହେଉଥିଲା । କେନ୍ଦ୍ର ୫ କେଜି ଚାଉଳ ବନ୍ଦ କରିଦେଇଥିବାରୁ ତାର ମଧ୍ୟ ପ୍ରଭାବ ଓଡିଶା ଉପରେ ପଡୁଛି । ଏହାସହିତ ଗତବର୍ଷର ୧୩ଲକ୍ଷ୍ୟ ମେଟ୍ରିଟନ୍ ଚାଉଳ କଥା ତ ଏପର୍ଯ୍ୟନ୍ତ ଉଠାଉନାହାନ୍ତି ବିରୋଧୀଦଳ ବୋଲି କହିଛନ୍ତି ମନ୍ତ୍ରୀ । ଉଷୁନା ଚାଉଳ ଟୋଟାଲି ନଉନାହାନ୍ତି ଏ କଥା ବି ଚାଷୀମାନଙ୍କ ଉପରେ କିଗଳି ପ୍ରଭାବ ପକାଉଛି ତାର ମଧ୍ୟ କୌଣସି ଠିକଣା ନାହିଁ । ସେଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଦି ବିଧାନସଭାରେ ନଉଠିବ ଏବଂ ତାହା ଯଦି କେନ୍ଦ୍ର ସରକାରଙ୍କ ପାଖରେ ନପହଞ୍ଚିବ ତାହାଲେ ଆମେ ବିଧାନସଭାକୁ କାହିଁକି ଆସିବୁ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ସାହୁ । ବିଧାନସଭାରେ ଖାଲି ଅପ୍ରସଙ୍ଗକୁ ପ୍ରସଙ୍ଗ କରାଯାଉଛି କିନ୍ତୁ ଯେଉଁଟା ଗୁରୁତ୍ୱପୂର୍ଣ୍ଣ କଥା ସେକଥା ବିଧାନସଭାରେ ଉଠୁନି । ବିଧାନସଭାରେ ଯେଉଁ ୮ ଜଣ ଲୋକସଭା ଏମ୍ ପି ଅଛନ୍ତି ଏବଂ ବିଧାନସଭାରେ ଯେଉଁ ବିଧାୟକ ଅଛନ୍ତି ସେମାନେ ଲକଥାକୁ କେନ୍ଦ୍ର ପାଖରେ ପହଞ୍ଚାଇବାକୁ ମନ୍ତ୍ରୀ ନିବେଦନ କରିଛନ୍ତି । ବିରୋଧୀଦଳ ଖାଲି ଅପ୍ରସଙ୍ଗକୁ ପ୍ରସଙ୍ଗ କରି ରାଜନୈତିକ ମନୋଭାବ ଆଣୁଛନ୍ତି ସତେ ଯେପରି ଆଗାମି ଦିନରେ ସେମାନଙ୍କ ମୁଣ୍ଡରେ ମୁକୁଟ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।