୬ ମାସରୁ ୧ ବର୍ଷ ପିଲାଙ୍କୁ ଦିଅନ୍ତୁ ଏହିସବୁ ଖାଦ୍ୟ, ଯାହା ତାଙ୍କର ବିକାଶରେ କରିବ ସାହାଯ୍ୟ

ଛୋଟ ପିଲାମାନଙ୍କୁ କ’ଣ ଖାଇବାକୁ ଦିଆଯିବ ସେ ନେଇ ଅନେକ ପ୍ରଶ୍ନ ରହିଥାଏ | ପ୍ରତ୍ୟେକ ପିତାମାତା ନିଜ ପିଲାଙ୍କୁ ଏପରି ଖାଦ୍ୟ ଖାଇବାକୁ ଦେବାକୁ ଚାହାଁନ୍ତି ଯାହା ସେମାନଙ୍କୁ ବିକାଶରେ ସାହାଯ୍ୟ କରିବ | ଏପରି ପରିସ୍ଥିତିରେ, ଏଠାରେ ଆମେ କିଛି ରେସିପି କହିବୁ ଯାହାକୁ ଖାଇବାକୁ ଦେଲେ ପିଲାଙ୍କ ବିକାଶ ଦିଗରେ ସାହାଯ୍ୟ କରିବ | ଯାହା ୬ ମାସରୁ ୧ ବର୍ଷର ପିଲା ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହେବ |
ଅମୃତଭଣ୍ଡା ପ୍ୟୁରି- ଆପଣ ଶିଶୁକୁ ଅମୃତଭଣ୍ଡା ପ୍ୟୁରି ଖାଇବାକୁ ଦେଇପାରିବେ | ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ | ଏହାକୁ ପ୍ରସ୍ତୁତ କରିବା ପାଇଁ ଅମୃତଭଣ୍ଡାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତା’ପରେ ବ୍ଲେଣ୍ଡରରେ କାଟି ପକାନ୍ତୁ | ଏବେ ଏହାକୁ ସେଥିରେ କ୍ଷୀର କିମ୍ବା ଦହି ମିଶାଇ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ | ପ୍ୟୁରି ପ୍ରସ୍ତୁତ କରି ଶିଶୁକୁ ଖାଇବାକୁ ଦିଅନ୍ତୁ |
ଆପଲ(ସେଓ) ପ୍ୟୁରି- ଏହାକୁ ପ୍ରସ୍ତୁତ କରିବା ପାଇଁ, ଆପଲ୍ କୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତା’ପରେ ଚୋପା କରି ଖଣ୍ଡ କରି କାଟିଦିଅନ୍ତୁ | ବର୍ତ୍ତମାନ ଗାଜରକୁ ନେଇ ଟିକେ ସିଝାଇ ଦିଅନ୍ତୁ | ପରେ କମାଲ ରସ, କଟା ସେଓ ଓ ସିଝା ଗାଜର ନେଇ ତାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରି ଶିଶୁକୁ ଖାଇବାକୁ ଦିଅନ୍ତୁ |
ଡାଲି-ଚାଉଳ ପ୍ୟୁରି- ଆପଣ ଶିଶୁ ପାଇଁ ଡାଲି-ଚାଉଳ ପ୍ୟୁରି ପ୍ରସ୍ତୁତ କରି ଦେଇପାରିବେ | ତେବେ ଡାଲି, ଚାଉଳକୁ ଭଲ ଭାବେ ଧୋଇ ସେଥିରେ ଅଳ୍ପ ଲୁଣ ଓ ହଳଦୀ ଦେଇ ତାକୁ ଶିଝେଇ ଦିଅନ୍ତୁ | ଥଣ୍ଡା ହୋଇଗଲା ପରେ ତାହାକୁ ଗ୍ରାଇଣ୍ଡିଙ୍ଗ କରି ସେଥିରେ ଗୁଆ ଘିଅ ପକାଇ ପିଲାଙ୍କୁ ଖାଇବାକୁ ଦିଅନ୍ତୁ |
ଓଟସ୍ ପ୍ୟୁରି – ଓଟସ୍ ପ୍ୟୁରିକୁ ୧୦ ରୁ ୧୨ ମାସର ଶିଶୁକୁ ଖାଇବାକୁ ଦିଆଯାଇପାରିବ | ଏଥିପାଇଁ କ୍ଷୀରରେ ଓଟକୁ ଭଲ ଭାବରେ ଫୁଟାନ୍ତୁ ଏବଂ ପରେ ତାଙ୍କୁ ଗ୍ରାଇଣ୍ଡିଙ୍ଗ କରି ଶିଶୁକୁ ଖାଇବାକୁ ଦିଅନ୍ତୁ |